ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟସଆପ୍ ଏବଂ ଭାରତ ସରକାରଙ୍କ ମଧ୍ୟରେ ଗତ ଗୋଟେ ବର୍ଷ ହେବ ବିବାଦ ଲାଗି ରହିଛି । କିନ୍ତୁ ସରକାର ଏବଂ ଫେସବୁକ୍ ର ସ୍ୱାମୀତ୍ୱ ଥିବା ହ୍ୱାଟସଆପ୍ ମଧ୍ୟରେ ହେଉଥିବା ଲଢେଇ ଖୁବ୍ ଶୀଘ୍ର ସମାପ୍ତ ହେବ । ସେଥିପାଇଁ ସରକାର ହ୍ୱାଟସଆପ୍ ସାମ୍ନାରେ କିଛି ସର୍ତ୍ତ ରଖିଛନ୍ତି । ଯଦି କମ୍ପାନୀ ସରକାରଙ୍କ ସର୍ତକୁ ଅବମାନନା କରେ ତେବେ ଭାରତରେ ହ୍ୱାଟସଆପ୍ ବନ୍ଦ ହୋଇପାରେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସର୍ତ୍ତ..
ଭାରତ ସରକାର ପକ୍ଷରୁ ହ୍ୱାଟସଆପ୍ ସାମ୍ନାରେ ଅନେକ ସର୍ତ୍ତ ରଖାଯାଇଛି, ସେଥିମଧ୍ୟରୁ ଗୋଟେ ସର୍ତ୍ତ ହେଉଛି କି ପ୍ରକୃତରେ କେଉଁ ମେସେଜ୍ ଭାଇରାଲ ହେଉଛି ସେନେଇ ହ୍ୱାଟସଆପ୍ ସରକାରଙ୍କୁ ସୂଚନା ଦେବ । ପ୍ରଥମେ ଏହି ମେସେଜ୍ କୁ କିଏ ପଠେଇଛି । କିନ୍ତୁ ହ୍ୱାଟସଆପ୍ ସରକାରଙ୍କ ଏହି ସର୍ତ୍ତରେ ରାଜି ନାହିଁ ।
ହ୍ୱାଟସଆପ୍ ର କହିବାନୁଯାୟୀ , ସେ ଡିଫଲ୍ଡ ଭାବେ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପସନ୍ ଟେକନିକ୍ ବ୍ୟବହାର କରୁଛନ୍ତି । ସେଥିପାଇଁ ସେ ମଧ୍ୟ ମେସେଜକୁ ପଢି ପାରନ୍ତି ନାହିଁ । କାରଣ ଅଣ୍ଡ-ଟୁ-ଆଣ୍ଡ ଏନକ୍ରିପସନ୍ ଅର୍ଥ ଯେଉଁ ବ୍ୟକ୍ତି ମେସେଜ ପଠାନ୍ତି ଏବଂ ଯିଏ ପ୍ରାପ୍ତ କରନ୍ତି ତାହା ତାଙ୍କ ମଧ୍ୟରେ ହିଁ ରୁହେ ।
ଏହି ମାମଲରେ ଗଣମାଧ୍ୟମକୁ ସାକ୍ଷାତ କରି ହ୍ୱାଟସପ୍ କମ୍ୟୁନିକେସନ ପ୍ରମୁଖ କାର୍ଲ ବୁଗ କହିଛନ୍ତି କି, ସରକାରଙ୍କ ପ୍ରସ୍ତାବିତ ନିୟମରେ ସବୁଠୁ ଅଧିକ ଚିନ୍ତାର ବିଷୟ ମେସେଜ୍ ର ସୂଚନା ଦେବାର ନିୟମ । ଏହି ଫିଚର ବିନା ହ୍ୱାଟସଆପ୍ କୌଣସି କାମରେ ଲାଗିବନି ଏବଂ ଏହାର ପ୍ରାଇଭେସି ମଧ୍ୟ ରହିବ ନାହିଁ ।
ପ୍ରକୃତରେ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପସନ ହେବା ଯୋଗୁଁ ସମସ୍ତ ତଥ୍ୟ ଜାଣିବା ସରକାରଙ୍କ ପାଇଁ କଷ୍ଟ ହୋଇଥାଏ । ସରକାରଙ୍କ କହିବାନୁଯାୟୀ ହ୍ୱାଟସପ୍ ଆପ୍ ର ଦୁରୂପଯୋଗ ଏବଂ ହିଂସା ସମ୍ପ୍ରାସାରିତ କରିବାରୁ ରୋକିବା ପାଇଁ ନିୟମକୁ ପାଳନ କରିବାକୁ ପଡିବ ।
ସେପଟେ ହ୍ୱାଟସଆପ୍ ପକ୍ଷରୁ କୁହାଯାଇଛି ଯେ ଭାରତରେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ହ୍ୱାଟସଆପ୍ ର ଦୁରୂପଯୋଗ କରୁଛନ୍ତି, ହୁଏତ କମ୍ପାନୀ ପକ୍ଷରୁ ସେହି ଦଳ ଗୁଡିକର ନାଁ ପ୍ରଘଟ କରାଯାଇ ନାହିଁ । ଖବରମୁତାବକ, ଭାରତରେ ପ୍ରାୟତଃ ୨୦ କୋଟିରୁ ଅଧିକ ହ୍ୱାଟସଆପ୍ ବ୍ୟବହାରକାରୀ ଅଛନ୍ତି ।