ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ରାଜ୍ୟ ରାଜନୀତି । ଭୋଟରଙ୍କ ମନମୋହିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ଏଣୁ କିଏ କେତେବେଳେ କାହା ଉପରେ ଦୋଷ ଲଦୁଛି ତାହା ଜଣା ପଡୁନାହିଁ । ଶାସନ ଗାଦିରେ ବସିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ଏହି ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି । ବିଜେପିର ଦୁଇ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଏବଂ ଗୋଲେଖ ମହାପାତ୍ରଙ୍କୁ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ଛତ୍ରପୁର ଥାନାରେ ହାଜର ହେବା ପାଇଁ ସମନ ଜାରି ହୋଇଥିଲା ।
ଗତ ୨୯ ତାରିଖରେ ଉଭୟ ନେତାଙ୍କୁ ପୋଲିସ ପକ୍ଷରୁ ଉଭୟଙ୍କୁ ନୋଟିସ ହୋଇଥିଲା । ଜାନୁଆରୀ ୭ ତାରିଖରେ ଗୋଲେଖ ମହାପାତ୍ର ଥାନାରେ ହାଜର ହେବା ପାଇଁ ନୋଟିସ ହୋଇଥିବା ବେଳେ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ହୋଇଥିଲା । ତେବେ ଗତକାଲି ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଛତ୍ରପୁର ଥାନାରେ ହାଜର ହୋଇ ନଥିଲେ ଗୋଲେଖ । ଓକିଲଙ୍କ ଜରିଆରେ ଏକ ମାସ ସମୟ ମାଗିଛନ୍ତି ଗୋଲେଖ । ସେପଟେ ୯ ତାରିଖରେ ଭୃଗୁ ହାଜର ହେବା ପାଇଁ ଥିବା ବେଳେ ଉଭୟ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ।
ଲକ୍ଷ୍ମୀଦତ୍ତଙ୍କ ହତ୍ୟା ମାମଲାରେ ବହୁଦିନ ପରେ ପୋଲିସ ଉଭୟଙ୍କୁ ସମନ ଜାରି କରିଥିବାରୁ ଏହା ଶାସକ ଦଳର ଚକ୍ରାନ୍ତ ବୋଲି ଅଭିଯୋଗ କରିଛି ବିଜେପି । ବିଜେପିର ଲୋକ ପ୍ରିୟତା କମାଇବା ପାଇଁ ଚେଷ୍ଠା କରୁଛି ବିଜେଡି । ଏଣୁ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଡ୍ରାମା କରୁଛି । ତେବେ ଶାସକ ଦଳ ସେମାନଙ୍କୁ ଫସେଇ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି । ତେବେ ସେ ସମସ୍ତ ଆଇନ କାନୁନକୁ ସାମ୍ନା କରିବେ ବୋଲି ସୂଚନା ଦେଇଥିଲେ । ଏହା ଶାସକ ଦଳର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ଇଭୟ ଗୋଲକ ଏବଂ ଭୃଗୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ସେପଟେ ବିଜେଡିର ଦୁଇ ପ୍ରମୁ୍ଖ ନେତା ଅରୁଣ ସାହୁ ଏବଂ ଅତନୁ ସବ୍ୟସଚୀଙ୍କୁ ସିବିଆଇ ନୋଟିସ ହୋଇଥିଲା । ଏଣୁ ଉଭୟ ଲୋକ ପ୍ରିୟତା ବଜାୟ ରଖିବା ପାଇଁ ଦୁହେଁ ଦୁହିଁଙ୍କର ଗୁମର ଖୋଲୁଛନ୍ତି । ମାତ୍ର ସବୁ ନେତା ଦୁର୍ନୀତିଖୋର ଏବଂ ଚୋର ବୋଲି ସାଧାରଣ ଲୋକ ଅଭିଯୋଗ କରୁଛନ୍ତି । ଏବଂ ଏହି କଥାକୁ ନେଇ ବହୁ ଚର୍ଚ୍ଚା ମଧ୍ୟ ହେଉଛି ।