ଅକଲାଣ୍ଡ (ଏଟିଆର ବ୍ୟୁରୋ); ଭାରତ ଆଗରେ ୧୫୯ ରନର ବିଜୟ ଲକ୍ଷ । ଏହି ସ୍କୋରକୁ ପାର କରିବା ପାଇଁ ପୂର୍ବ ମ୍ୟାଚ ଅପେକ୍ଷା ବ୍ୟାଟିଂ ଦୃଢ଼ କରିବା ଆବଶ୍ୟକ । ତେବେ ପୂର୍ବ ମ୍ୟାଚ ଅପେକ୍ଷା ଭାରତୀୟ ବୋଲରମାନେ ଏହି ମ୍ୟାଚରେ ଭଲ ବୋଲିଂ ପ୍ରଦଶନ କରିଛନ୍ତି । ଏଣୁ ଆଜିର ମ୍ୟାଚଟି ଭାରତ ସପକ୍ଷରେ ଯିବ ବୋଲି ଅନୁମାନ କରିଛନ୍ତି କ୍ରିକେଟ ପ୍ରେମୀ । ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ସର୍ବାଧିକ ୩ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ସେ ୪ ଓଭର ବୋଲିଂ କରି ମାତ୍ର ୨୮ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟତମ ସ୍ୱିନର ଭାବେ ଖେଳୁଥିବା ଚହଲ କୌଣସି ୱିକେଟ ପାଇ ନାହାଁନ୍ତି । ସେ ୪ ଓଭର ବୋଲିଂ କରି ୩୭ ରନ ବିନିମୟ କରିଛନ୍ତି ।
ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ତେବେ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ଟି ୱିକେଟ ହରାଇ ୧୫୮ ରନ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ଗ୍ରାଣ୍ଡମୋଲେ ସର୍ବାଧିକ ୫୦ ରନ କରିବାରେ ସକ୍ଷମ ହୋଇଛନ୍ତିି । ସେ ଏହି ସ୍କୋର କରିବା ପାଇଁ ୨୮ଟି ବଲ ଖେଳିଛନ୍ତି । ଏହି ସ୍କୋର ମଧ୍ୟରେ ଗୋଟିଏ ଚୌକା ଏବଂ ୪ଟି ବିଶାଳ ଛକା ରହିଛି । ଗ୍ରାଣ୍ଡମୋଲେଙ୍କ ପଛକୁ ରହିଛନ୍ତି ଦଳର ଅଭିଜ୍ଞ ଖେଳାଳି ରସ ଟେଲର । ସେ ରନ ୪୨ କରିଛନ୍ତି । ତେବେ ଦଳର ଅନ୍ୟ କୌଣସି ଖେଳାଳି ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ନାହାଁନ୍ତି । ଭାରତ ପକ୍ଷରୁ କୁନାଲ ୩ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଏବଂ ଭୁବନେଶ୍ୱର କୁମାର ଗୋଟିଏ ୱିକେଟ ଏବଂ ଖଲିଲ ଅହମ୍ମଦ ୨ଟି ୱିକେଟ ନେଇଛନ୍ତି ।
ଆଜିର ମ୍ୟାଚଟି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ ରହିଛି । କାରଣ ୩ଟି ଟି-୨୦ ମ୍ୟାଚ ବିଶିଷ୍ଠ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି । ଏଣୁ ଭାରତ ଯଦି ଆଜିର ମ୍ୟାଚଟି ବିଜୟ ହୁଏ ତେବେ ପୁନର୍ବାର ସିରିଜକୁ ଫେରିବ ଏବଂ ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିବ । କାରଣ ପୂର୍ବରୁ କେବେ ଭାରତ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ମ୍ୟାଚ ଜିତିନାହିଁ । ଏଣୁ ଇତିହାସ ରହିବା ଲକ୍ଷଙ୍କର ଆକ୍ରମଣାତ୍ମକ ଭଙ୍ଗିରେ ଖେଳ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବୋଲର । ତେବେ ବାକି ରହିଲା ବ୍ୟାଟ୍ସମ୍ୟାନଙ୍କ ଖେଳ ଉପରେ । ଯଦି ଭଲ ଖେଳ ପ୍ରଦଶନ କରିବେ ତେବେ ଭାରତ ବିଜୟ ସୁନିଶ୍ଚିନ୍ତ । ତେବେ ଭାରତ ନିଶ୍ଚୟ ବିଜୟ ବାନା ଉଡାଇବ ବୋଲି ଭରଷା ରଖିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ ।