ଭୁବନେଶ୍ୱର (ଏଟିଆର): ଭାଲେଣ୍ଟାଇନ୍ ୱିକ୍ ଆରମ୍ଭ ହୋଇଯାଇଛି । ଫେବ୍ରୁଆର ୮ ମାନେ ଆଜି ହେଉଛି ପ୍ରପୋଜ୍ ଡେ । ଏହି ଖାସ୍ ଦିନରେ ବ୍ୟକ୍ତି ତାଙ୍କର ମନ ପସନ୍ଦର ସାଥୀଙ୍କୂ ପ୍ରେମ ନିବେଦନ କରିଥାନ୍ତିି । ଯଦି ଆପଣ ବି କାହାକୁ ପସନ୍ଦ କରିଛନ୍ତି କିମ୍ବା କାହାକୁ ଭାଲେଣ୍ଟାଇନ୍ କରିବାକୁ ଚାହୁଁଛନ୍ତି ତେବେ ଜମା ଡେରି କରନ୍ତୁ ନାହିଁ । ସେ ଆଉ କାହାର ହେବା ପୂର୍ବରୁ ତୁରନ୍ତ ପ୍ରପୋଜ କରି ଦିଅନ୍ତୁ । ଆଜି ଆମେ ଆପଣଙ୍କୁ କିଛି ଟିପ୍ପଣୀ ଦେବାକୁ ଯାଉଛୁ, ଯାହାକୁ ଫଲୋ କରି ଆପଣ ସାଥୀଙ୍କୁ ଇଂପ୍ରେସ କରିପାରିବେ ।
ସାଥୀକୁ ପ୍ରପୋଜ୍ କରିବା ପାଇଁ ହେଲେ ପ୍ରଥମେ ଗୋଟେ ଭଲ ସ୍ଥାନ ବାଛନ୍ତୁ । ଏଭଳି ସ୍ଥାନ ବାଛନ୍ତୁ ଯେଉଁଠି ଆପଣଙ୍କ କିଛି ସ୍ମୃତି ଯୋଡି ହୋଇଥିବ । ଗୋଟେ କଥା ଉପରେ ଧ୍ୟାନ ରଖିଥିବେ କି ଯେପରି ଯେଉଁ ସ୍ଥାନ ବାଛିଛନ୍ତି ତାହା ଯେପରି ଭିଡ ହୋଇନଥିବ । ଶାନ୍ତି ମନରେ ଦୁହେଁ ଦୁହିଁଙ୍କୁ ମନର କଥା କହିବାକୁ ଚେଷ୍ଟା କରନ୍ତୁ ।
ଝିଅମାନେ ବହୁତ ଇମୋନାଲ ହୋଇଥାନ୍ତି । ସେମାନଙ୍କୁ କୌଣସି ଉପହାର ଦ୍ୱାରା ଏତେ ଖୁସି ମିଳିନଥାଏ, ଯେତିକି ସାଥୀଙ୍କ ସ୍ପେଶାଲ ଫିଲ୍ ଦ୍ମାରା ମିଳିଥାଏ । ସେଥିପାଇଁ ପ୍ରପୋଜ୍ କରିବା ପାଇଁ କିଛି ଖାସ୍ ପ୍ଲାନ କରନ୍ତୁ ।
ଏହି ଖାସ୍ ଅବସରରେ ଆପଣଙ୍କ ଲୁକ୍ ବି ପରଫେକ୍ଟ ହୋଈଥିବା ଉଚିତ୍ । ଯେପରି ଆପଣ ସବୁଠୁ ଭଲ ଦେଖାଯିବେ ସେଥିପାଇଁ ନିଜର ଡ୍ରେସ ଉପରେ ନିହାତି ଧ୍ୟାନ ରଖିଥିବେ । କପଡା, ଜୋତା ଏବଂ ଭଲ ହେୟାର ଷ୍ଟାଇଲ ସହିତ ଭଲ ପରଫ୍ୟୁମ୍ ଲଗାଇବାକୁ ବିଲକୁଲ୍ ଭୁଲନ୍ତୁ ନାହିଁ । କାରଣ ପରଫ୍ୟୁମ୍ ବାସ୍ନାକୁ ଝିଅମାନେ ବହୁତ ପସନ୍ଦ କରନ୍ତି । ସେଥଇପାଇଁ ଝିଅକୁ ପ୍ରପୋଜ କରିବା ପାଇଁ ଗଲା ବେଳେ ଭଲ ପରଫ୍ୟୁମ୍ ଲଗାଇ ଯାନ୍ତୁ ।
ସାରା ଦିନ ସାଥୀଙ୍କ ସହ ସମୟ ବିତାଇବା ପରେ ସନ୍ଧ୍ୟାରେ ସାଥୀଙ୍କୁ ଏଭଳି ସ୍ଥାନକୁ ନେଇ ଯାଆନ୍ତୁ, ଯେଉଁଠି ତାଙ୍କ ସହ ଏକୁଟିଆ ସମୟ ବିତାଇ ପାରିବେ ଏବଂ ତାଙ୍କୁ ପ୍ରେମ ନିବେଦନ କରି ପରିବେ । ଏହାସହିତ ଆପଣ ସାଥୀଙ୍କ ମନ ପସନ୍ଦର ଉପହାର ମଧ୍ୟ ଦେଇ ପାରିବେ ।