ଅକଲାଣ୍ଡ (ଏଟିଆର ବ୍ୟୁରୋ); ଏବେ ଭାରତୀୟ କ୍ରିକେଟ ଟିମର କାମଚଳା ଅଧିନାୟକ ରୋହିତ ନାଁରେ ଯୋଡି ହୋଇଛି ଦୁଇଟି ନୂଆ ରେକର୍ଡ । ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଟି-୨୦ ଜିତିବା ପରେ ଦଳ ପୁନର୍ବାର ଶୃଙ୍ଖଳାକୁ ଫେରିଛି । ତେବେ ଦଳର ବିଜୟ ସହ ରେକର୍ଡର ପାହାଚ ଚଢ଼ିଛନ୍ତି ହିଟ ମ୍ୟାନ ରୋହିତ । ଆନ୍ତର୍ଜାତୀୟ ଟି-୨୦ ଜଗତରେ ସର୍ବାଧିକ ସ୍କୋର କରିବାର କୀତ୍ତି ନିଜ ନାଁରେ କରି ଦେଇଛନ୍ତି । ସେ ୨୨୮୭ ରନ ୨୨୮୭ ରନ କରି ବିଶ୍ୱର ସର୍ବାଧିକ ଟି-୨୦ ସ୍କୋରର ହୋଇଛନ୍ତି । ତେବେ ଏହି ରେକର୍ଡ ସହିତ ଆଉ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଠି କରିଛନ୍ତି । ସେ ବିଶ୍ୱର ଟି-୨୦ ଇତିହାସରେ ତୃତୀୟ ଖେଳାଳି ଭାବରେ ଛକା ମାରିବାର ରେକର୍ଡ କରିଛନ୍ତି । ରୋହିତ ଆଜି ପର୍ଯ୍ୟନ୍ତ ଟି-୨୦ରେ ୧୦୨ଟି ଛକା ମାରି ତିନି ନମ୍ବର ସ୍ଥାନରେ ରହିଛନ୍ତି ।
ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲଙ୍କ ନାଁରେ ସର୍ବାଧିକ ସ୍କେର ରହିଥିଲା । ସେ ୨୨୭୨ ରନ କରି ସର୍ବାଧି ସ୍କୋରର ରେକର୍ଡର ଅଧିକାର ହୋଇଥିଲେ । ରୋହିତ ତାଙ୍କଠାରୁ ମାତ୍ର ୩୫ ରନ ଦୂରରେ ରହିଥିଲେ । ଗତକାଲି ମ୍ୟାଚରେ ରୋହିତ ୫୦ ରନ କରିବା ପରେ ଏହି ମାଇଲଖୁଣ୍ଟକୁ ପାର କରି ନୂଆ ରେକର୍ଡ କରିଛନ୍ତି । ସେପଟେ ଛକା ମାରିବାରେ ମାର୍ଟିନ ଗପଟିଲ ଏବଂ କ୍ରିସ ଗେଲଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ । ଉଭୟ ୧୦୩ ଲେଖାଏଁ ଛକା ମାରି ଏକ ନମ୍ବର ଏବଂ ଦୁଇ ନମ୍ବର ସ୍ଥାନରେ ରହିଥିବା ବେଳେ ରୋହିତ ୧୦୦ ଛକା ମାରି ତିନି ନମ୍ବରରେ ରହିଛନ୍ତିି । ରୋହିତ ଦ୍ୱିତୀୟ ଟି-୨୦ରେ ୪ଟି ବିଶାଳ ଛକା ମାରିବା ପରେ ୧୦୦ ମାଇଲଖୁଣ୍ଟ ପାର କରିଛନ୍ତି ।
ରୋହିତଙ୍କ ଏହି ରେକର୍ଡ ପରେ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟି ଆସିଛି । ତେବେ ଏହି ରେକର୍ଡ ପରେ ରୋହିତଙ୍କ ମନୋବଳ ଦୃଢ଼ ହୋଇଥିବା ସେ ପ୍ରକାଶ କରିଛନ୍ତି । ଆଗାମୀ ମ୍ୟାଚ ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି । ଦଳରୁ ବିରାଟ କୋହଲିଙ୍କ ବିଶ୍ରାମ ଦେବା ପରେ ରୋହିତ କାମଚଳା ଅଧିନାୟକ ଭାର ସମ୍ଭାଳିଛନ୍ତି । ତେବେ ଦଳ ପ୍ରଥମ ଟି-୨୦ ନୈରାଶ୍ୟ ଜନକ ଭାବରେ ହାରିଥିଲା । ମାତ୍ର ଦ୍ୱିତୀୟ ମ୍ୟାଚ ଜିତିବା ପରେ ଦଳ ପୁଣିଥରେ ଶୃଙ୍ଖଳାକୁ ଫେରିଛି । ଉଭୟ ୧-୧ରେ ସିରିଜ ବରାବର ରହିଛି । ଆସନ୍ତା କାଲି ହେବ ମହା ସଂଗ୍ରାମ ।