ମୁମ୍ବାଇ (ଏଟିଆର ବ୍ୟୁରୋ): ଗତବର୍ଷ ଡିସେମ୍ବର ମାସରେ ପ୍ରିୟଙ୍କା ଚୋପ୍ରା ତାଙ୍କ ବୟଫ୍ରେଣ୍ଡ ନିକ୍ ଜୋନସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁଇଟି ରୀତି ନୀତିରେ ରାଜସ୍ଥାନର ଯୋଧପୁରରେ ଦୁହିଁଙ୍କର ବିବାହ ଖୁବ୍ ଧୁମ୍ ଧାମ୍ ରେ ହୋଇଥିଲା । ଏବେ ପ୍ରିୟଙ୍କା ଏବଂ ନିକ୍ ତାଙ୍କ ପରିବାର ସହ ସମୟ ବିତାଇବା ସହ ହନିମୁନ୍ ଉପଭୋଗ କରୁଛନ୍ତି । ନିକଟରେ ପ୍ରିୟଙ୍କା ତାଙ୍କ ପତିଙ୍କ ସହିତ ବେଡରୁମ୍ ର ଫଟୋ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସଙ୍କ ଦ୍ୱାରା ଟ୍ରୋଲ ହୋଇଥିଲେ । ଏହାପରେ ଏବେ ସେ ଏକ ଖୁଲାସା କରିଛନ୍ତି । ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏକ ସୋ’ ଜରିଆରେ ପ୍ରିୟଙ୍କା ତାଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ ତାଙ୍କର ଏବଂ ନିକ୍ ଙ୍କ ସମ୍ପର୍କକୁ ନେଇ ଅନେକ କଥା କହିଛନ୍ତି । ଏହି ସୋ’ ମାଧ୍ୟମରେ ଏଭଳି ମୁହୁର୍ତ୍ତ ବିଷୟରେ କହିଛନ୍ତି ଯେବେ ନିକ୍ ଙ୍କ ସହ ତାଙ୍କର ଖ୍ରୀଷ୍ଟିଆନ୍ ରୀତିରେ ବାହାଘର ହେଉଥିଲା । ସେ କହିଛନ୍ତି କି , ତାଙ୍କର ବାହାଘର ସମୟରେ ପାନିକ୍ ଆଟାକ୍ ହୋଇଥିଲା । ଅଚାନକ୍ ଆପଣଙ୍କ ସହ ଏଭଳି କିଛି ନୂଆ ଜିନିଷ ହେଲେ ଟିକେ ଅଜବ ଅନୁଭବ ହୋଇଥାଏ ।
ପ୍ରିୟଙ୍କା କହିଛନ୍ତି କି, ଖ୍ରୀଷ୍ଟିଆନ୍ ରୀତି ନୀତିରେ ବାହାଘର ହେବା ସମୟରେ ଯେତେବେଳେ ସେ ନିକ୍ ଙ୍କ ପାଖକୁ ଯାଉଥିଲେ, ସେହି ସମୟରେ ତାଙ୍କୁ ପାନିକ୍ ଆଟାକ୍ ଆରମ୍ଭ ହୋଇଯାଇଥିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି କି ବିବାହିତ ଜୀବନ ଅଲଗା ହୋଇଥାଏ । ପତି ଏବଂ ବୟଫ୍ରେଣ୍ଡରେ ବହୁତ ଅନ୍ତର ଥାଏ । ଯେବେ ମୋ ବାହାଘର ସେବେ ମୋତେ ଏ ବିଷୟରେ ଜଣା ନଥାଏ । କିନ୍ତୁ ଜଣେ ଭଲ ମଣିଷକୁ ବାହାହେବା ଦ୍ୱାରା ଜୀବନ ସରଳ ହୋଇଯାଇଥାଏ ।
ଦୁଇଟି ରୀତି ନୀତିରେ ବିବାହର ପ୍ରଶ୍ନରେ ପ୍ରିୟଙ୍କା କହିଥିଲେ କି, ମୁଁ ଏଭଳି ଭାବେ ବାହା ହେବାକୁ ଚାହୁଁଥିଲି । ସେଭଳି ଦେଖିବାକୁ ଗଲେ ଆମ ବାହାଘରରେ ୨୦୦ ଲୋକ ସାମିଲ ଥିଲେ କିନ୍ତୁ ଭାରତୀୟ ବାହାଘରରେ ପାଖାପାଖି ୧୦୦୦ରୁ ଅଧିକ ଲୋକ ସାମିଲ ହୁଅନ୍ତି । ମୋ ମା’ ଛୋଟ ବାହାଘର ପାଇଁ ରାଜିନଥିଲେ ସେଥିପାଇଁ ସେ ବାହାଘର ସମୟରେ ବି ରାଗିକି ଥିଲେ ।