ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ମେରା ପରିବାର, ଭାଜପା ପରିବାର ଅଭିଯାନ’ । ଏହି ଅବସରରେ ଅମିତ୍ ଙ୍କ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବି ଉପସ୍ଥିତ ଥିଲେ । ସେ ପାର୍ଟିର ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ସେ ମତଦାତାଙ୍କ ଘରମାନଙ୍କରେ ପାର୍ଟିର ପତାକା ଉଡଇବାକୁ ଚାହୁଁଛନ୍ତି ।
Gujarat: BJP President Amit Shah flags off 'Mera Pariwar, Bhajpa Pariwar' campaign from his residence in Ahmedabad. Gujarat CM Vijay Rupani also present. pic.twitter.com/da7ns8LFXA
— ANI (@ANI) February 12, 2019
ଅଭିଯାନର ଶୁଭାରମ୍ଭ କରି ଅମିତ୍ ଶାହା କହିଛନ୍ତି କି, ‘ବିଜୟ ସଂକଳ୍ପ ରାଲି ପାଇଁ ମାର୍ଚ୍ଚ ୩ରେ ସାରା ଦେଶର ପ୍ରତ୍ୟେକ ବିଧାନସଭାରେ ୩ କୋଟିରୁ ଅଧିକ ମୋଟରସାଇକଲିଂ ପ୍ରଚାର କରିବ । ମୁଁ ସାରାଦେଶରେ ବୁଲୁଛି । ଉତ୍ତରପୂର୍ବରୁ ନେଇ କନ୍ୟାକୁମାରୀ ଏବଂ ଆସାମ ଠାରୁ ନେଇ ଗୁଜୁରାଟ ଯାଏଁ । ଦେଶର ଜନତା ମୋଦିଙ୍କ ସହିତ ସହ ଅଛନ୍ତି । ଲୋକଙ୍କ ଆଖିରୁ ଜନସମର୍ଥନ ଦେଖାଯାଉଛି ।’
ଅମିତ୍ ଶାହାଙ୍କ ବ୍ୟତିତ ଅନେକ ନେତାମାନେ ମଧ୍ୟ ଏହି ଅଭିଯାନରେ ଶୁଭାରମ୍ଭ କରିବେ । ଉତ୍ତର ଏଭିନ୍୍ୟୁରୁ ମନୋଜ ତିୱାରୀ,ଡିଫେନ୍ସ କଲୋନୀରୁ ଶ୍ୟାମ ଜାଜ୍, ଅନୁପମ ଗାର୍ଡେନରୁ ଡାଃ ଅନିଲ ଜୈନ, ପଣ୍ଡିତ ପନ୍ତ ମାର୍ଗରୁ ସିଦ୍ଧାର୍ଥନ୍ ପ୍ରମୁଖ ପାର୍ଟିର ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିବେ ।