ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମେସ୍ତ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍ ଦେଖିଥିବେ । ଏହି ଫିଲ୍ମରେ କଳାକାରଙ୍କ ବ୍ୟତିତ ଆଉ ଏକ ଜିନିଷ ମଧ୍ୟ ଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତାହା ହେଉଛି ଫିଲ୍ମର ଡାଇଲଗ୍ ଯାଦୁ କି ଝପି । ଯେବେ ବି ଯିଏ ଚିନ୍ତିତ ହୋଇଥାନ୍ତି ଏହି ଫିଲ୍ମରେ ସଞ୍ଜୟ ଦତ୍ତ ତାଙ୍କୁ ଯାଦୁ କି ଝପି ଦେଉଥିଲେ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରକୃତରେ ଯାଦୁ କି ଝପି କେତେ ଉପଯୋଗୀ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା ହୋଇଥାଏ ।
ଯେତେବେଳେ କୌଣସି ବ୍ୟକ୍ତି ଛୋଟ-ମୋଟ ଅସୁବିଧାରେ ପଡିଥାନ୍ତି ସେହି ସମୟରେ ତାଙ୍କୁ ହଗ୍ କରିବା ଦ୍ୱାରା ସମସ୍ତ ଚିନ୍ତାସହ ଲଢିବାର ଶକ୍ତି ମିଳିଥାଏ । ତାଙ୍କ ତ୍ୱଚାରେ ଗ୍ଲୋନେସ୍ ବି ଆସିଥାଏ । ଏହାସହିତ ହଗ୍ କରିବା ଦ୍ୱାରା ଅକ୍ସିଟୋସିନ୍ ମାତ୍ରା ବୁଷ୍ଟ ହୋଇଯାଇଥାଏ । ଯାହାଫଳରେ ଏକୁଟିଆପଣ, ରାଗ, ଚିନ୍ତା ଭଳି ସମସ୍ୟା ଦୂର ହୋଇଥାଏ ।
ଗବେଷଣା ଅନୁଯାୟୀ, ହଗ୍ କରିବା ଦ୍ୱାରା କୋର୍ଟିସୋଲ ମାତ୍ରା କମି ଯାଇଥାଏ । ଏହାସହିତ ମସ୍ତିକକୁ ଶାନ୍ତ କରିବାର ସନ୍ଦେଶ ଯାଇଥାଏ । ଯାହାଦ୍ୱାରା ଚିନ୍ତା ଦୂର ହୁଏ । ଏହାବ୍ୟତିତ ଯେଉଁ ବ୍ୟକ୍ତିକୁ ଡର ଲାଗିଥାଏ ତାଙ୍କୁ ହଗ୍ କରିବା ଦ୍ୱାରା ତାଙ୍କର ଡର ଦୂର ହୋଇଯାଏ ।
ଭଲ ଜୀବନ ଅତିବାହିତ କରିବା ପାଇଁ ସକରାତ୍ମକ ଭାବନା ଜରୁରୀ ଅଟେ, ସେଥିପାଇଁ ଯେବେ ବି କୌଣସି ଆପଣାର ବ୍ୟକ୍ତିଙ୍କ ସହ ଦେଖା ହେଉଛନ୍ତି ତେବେ ତାଙ୍କୁ ହଗ୍ କରନ୍ତୁ । ଏହାଦ୍ୱାରା ଉଭୟଙ୍କ ଜୀବନରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ । ଏହାସହିତ ଏହା ଅନେକ୍ ରୋଗରୁ ମଧ୍ୟ ଛୁଟ୍ କାରା ଦେଇଥାଏ । ହଗ୍ ଦ୍ୱାରା ହାର୍ଟ ରେଟ୍ ନିୟନ୍ତ୍ରଣରେ ରହିଥାଏ, ମୋଟାବଲିଜିମ୍ ବଢିଥାଏ । ଏହାବ୍ୟତିତ ଭଲ ନିଦ ମଧ୍ୟ ହୋଇଥାଏ ।
ହଗ୍ କରିବା ଦ୍ୱାରା ଚିନ୍ତା ଦୂର ହୁଏ କାରଣ ହଗ୍ କରିବା ବେଳେ କର୍ଟିସୋଲ ନାମକ ହରମୋନର ମାତ୍ରା କମିଯାଏ । ଯାହା ଚିନ୍ତାର ମୂଳ କାରଣ । ଗବେଷଣା ଅନୁଯାୟୀ ଚିନ୍ତା ହୃଦ୍ ରୋଗ ହେବାର ଆଶଙ୍କାକୁ ବଢାଇ ଥାଏ ।