ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୋଦିଙ୍କ ଦିୱାନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେମରେ ପୂରା ବାଉଳା ଯୁବକ । ବାହାଘର ପାଇଁ ହାତରେ ଲଗାଇଲେ ମୋଦିଙ୍କ ନାଁର ମେହେନ୍ଦୀ । ଆଜ୍ଞା ହଁ ପ୍ରତ୍ୟେକ ବାହାଘରରେ ଆପଣମାନେ ଦେଖିଥିବେ ବର-ବଧୂ ନିଜ ହାତରେ ସେମାନଙ୍କ ନାଁରେ ମେହେନ୍ଦୀ କରିଥାନ୍ତି । କିନ୍ତୁ ଏଠି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ବରର ନାଁ ଅନୁଭବ ବର୍ମା । ମାତ୍ର ବର ଜଣଙ୍କ ତାଙ୍କ ହାତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁର ମେହେନ୍ଦୀ ଲଗାଇଛନ୍ତି । ମେହେନ୍ଦୀରେ ଲେଖା ହୋଇଛି କି ମୋଦି ଏଗେନ୍, ଏହାସହିତ ଦୁଇ ପାଶ୍ୱର୍ରେ ପଦ୍ମଫୁଲ ମଧ୍ୟ ହୋଇଛି ।
ଏଭଳି ଏକ ଦୃଶ୍ୟ ଗତ ଫେବ୍ରୁଆରୀ ୧୧ ତାରିଖରେ ଇନ୍ଦୋରରେ ଦେଖିବାକୁ ମିଳିଥିଲା । ଘରୁ ଅନୁଭବଙ୍କ ବରଯାତ୍ରୀ ବାହାରିବା ସମୟରେ ଶିବରାଜ ସିଂହ ଚୌହାନ ଇନ୍ଦୋର ରାସ୍ତା ଦେଇ ବିମାନ ବନ୍ଦରକୁ ଯାଉଥିଲେ । ପ୍ରଧାନମନ୍ତ୍ରୀ ପାଇଁ ଅନୁଭବଙ୍କ ଏଭଳି ଭଲ ପାଇବା କଥା ଶୁଣି ଶିବରରାଜ ସିଂ ବରଯାତ୍ରୀରେ ସାମିଲ ହେବା ସହ ବରକୁ ଶୁଭକାମନା ଜଣାଇଥିଲେ । ସେ ଅନୁଭବଙ୍କ ଏଭଳି ନିଆରା କାମ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ।
ଅନୁଭବର ପ୍ରଶଂସା କରି ଶିବରାଜ ସିଂ କହିଛନ୍ତି କି, ‘ଯୁବପିଢୀ ହିଁ ଦେଶର ପ୍ରାଣ ଏବଂ ତାଙ୍କ ବିଚାର ହିଁ ଦେଶକୁ ଦିଗ ଦେଖାଇଥାଏ । ଇନ୍ଦୋରର ଏହି ବରକୁ ଦେଖି ବିଚାର ପୁରା ଜାଜା ହୋଇଯାଇଛି, ଯାହା ହାତରେ ‘ନମୋ ଏଗେନନ୍ର ମେହେନ୍ଦୀ ଲାଗିଥିଲା । ଏହା ପରିବର୍ତ୍ତନ ବିଗୁଲ । ଭାରତର ପରିବର୍ତ୍ତନଏବଂ ସଶକ୍ତ ହେଉଛି,ଏଥିରେ କୌଣସି ସନ୍ଦେହ ନାହିଁ । ଅନୁଭବଙ୍କୁ ଆଗାମୀ ଜୀବନ ପାଇଁ ଶୁଭକାମନା ’ ।
युवा ही देश का प्राण होता है और उसके विचार देश को दिशा देते हैं। इंदौर में आज दूल्हे अनुभव वर्मा को देख, यह विचार ताजा हो गये, जिसके हाथों में ‘नमो अगेन’ की मेहंदी रची थी। यह परिवर्तन का बिगुल है। नि:संदेह, भारत बदल रहा है, सशक्त हो रहा है। अनुभव को भावी जीवन के लिए शुभकामनाएं! pic.twitter.com/5z7jnO87BO
— ShivrajSingh Chouhan (@ChouhanShivraj) February 11, 2019
ଏଭଳି ହେବ ବୋଲି ଅନୁଭବ ବର୍ମା ଆଶା କରିନଥିଲେ ବୋଲି ସେ ନିଜେ ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି ଆଗକୁ ନିର୍ବାଚନ ଆସୁଛି, ଯିଏ ଦେଶ ପାଇଁ ଏତେ କିଛି କରୁଛନ୍ତି, ତାଙ୍କ ପାଇଁ ବି କିଛି ଯୋଗଦାନ କରିବାକୁ ଚାହୁଁଛି । କିଛି ଲୋକ ମୋଦିଙ୍କୁ ଗାଳି ଦେଉଛନ୍ତି ତ ଆଉ କିଛି ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ମୋର ଏକ ଛୋଟ ପ୍ରୟାସ ଥିଲା ମେହେନ୍ଦୀ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୋଦିଙ୍କୁ ଦେଖିଲେ ଲାଗେ ସେ ଜଣେ ସତ୍ୟପ୍ରିୟ । ମାତ୍ର ଅନ୍ୟ କୌଣସି ନେତାଙ୍କୁ ଦେଖିଲେ ସେଭଳି ଲାଗେ ନାହିଁ ।