ନୟାଗଡ (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ନାବାଳିକାଙ୍କ ଉପରେ ଅତ୍ୟାଚାର । ସେ ଶାରିରୀକ ହେଉ ବା ମାନସିକ । ସବୁଠି ଏଭଳି ଅତ୍ୟାଚାରର ଶିକାର ହେଉଛନ୍ତି ନାବାଳିକା । ତେବେ କେଉଁଠି ଯୁବକ ଜୋରଜବରଦସ୍ତ ନାବାଳିକାଙ୍କ ସହିତ ଶାରିରୀକ ସମ୍ପର୍କ ରଖଛିତ ଆଉ କେଉଁଠି ନାବାଳିକାଙ୍କୁ ଭୟ ଦେଖାଇ କେତେକ ଅସାମାଜିକ ବ୍ୟକ୍ତି ସମ୍ପର୍କ ରଖିଥାନ୍ତି । କେତେକ ସମୟରେ ବିଦ୍ୟାଳୟରେ ପଢ଼ୁଥିବା ଶିଶୁ ମାନଙ୍କୁ ଶିକ୍ଷକମାନେ ମଧ୍ୟ ଛାତ୍ରୀ ମାନଙ୍କୁ ପ୍ରଲୋଭନ ଦେଖାଇ ଶ୍ୱଶଣ କରୁଥିବା ଖବର ପ୍ରସାରଣ କରାଯାଇଛି । ଏବେ ପୁଣିଥରେ ଏଭଳି ଏକ ଘଟଣା ପୁଣିଥରେ ନଜରକୁ ଆସିଛି । ତେବେ ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଫତେଗଡ ଅଞ୍ଚଳରେ । ଜଣେ ଖେଳ ଶିକ୍ଷକ ସ୍ଥାନୀୟ ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ମୁତାବକ, ବିଶ୍ୱନାଥ ମୁଦୁଲି ନାମକ ଜଣେ ଖେଳ ଶିକ୍ଷକ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟରେ ନିଯୁକ୍ତି ହୋଇଥିଲେ । ତେବେ ସେ ଟ୍ୟୁସନ ସେଣ୍ଟର ଖୋଲି ପିଲାମାନଙ୍କୁ ପଢ଼ାଉଥିଲେ । ମାତ୍ର ବିଶ୍ୱନାଥ ଟ୍ୟୁସନରେ ଥିବା ଛୋଟ ଛୋଟ ଛୁଆଙ୍କ ସହିତ ଖରାପ ବ୍ୟବହାର କରୁଥିଲେ । ମାତ୍ର ଜଣେ ଅଷ୍ଟମ ଶ୍ରେଣୀ ଝିଅ ସହିତ ଅସଦାଚରଣ କରିବା ପରେ କଥା ପଦାରେ ପଡିଥିଲା । ଛାତ୍ରୀଙ୍କ ସହିତ ଖରାପ ବ୍ୟବହାର କରିବା ପରେ ଏହି କଥା କାହାକୁ ନକହିବା ପାଇଁ କହିଥିଲେ । ତେବେ ଛାତ୍ରୀ ଜଣକ କାନ୍ଦି କାନ୍ଦି ଆସି ପରିବାର ଲୋକଙ୍କ ଆଗରେ ସବୁ କହି ଦେଇଥିଲେ । ଏହାପରେ ପରିବାର ଏବଂ ଗାଁ ଲୋକ ମିଶି ଶିକ୍ଷକଙ୍କ ପାଖକୁ ଯାଇଥିଲେ ।
ତେବେ ଶିକ୍ଷକ ଜଣକ ଗାଁଲୋକଙ୍କ କଥାକୁ ପ୍ରଥମେ ଶୁଣିନଥିଲେ ଏବଂ ଗାଲୁଆମି କରୁଥିଲେ । ଏହି କଥା ମିଥ୍ୟା ବୋଲି କହିଥିଲେ । ତେବେ ଛାତ୍ରୀ ଜଣକ କାନ୍ଦି କାନ୍ଦି କହିବା ପରେ ଲୋକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ଲୋକମାନେ ରାଗି ଯାଇ ସାରଙ୍କୁ ମାଡ ମାରିଥିଲେ । ଏବଂ ତାଙ୍କୁ ଇଲେକ୍ଟିପୋଲରେ ବାନ୍ଧି ଦେଇଥିଲେ । ପରେ ଲୋକମାନେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଅଭିଯୁକ୍ତକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖି ପଚରା ଉଚରା କରୁଛି ।
ତେବେ ଦୀର୍ଘଦିନ ହେବ ଏଭଳି ଛାତ୍ରୀମାନେ ଅସଦାଚରଣର ଶିକାର ହେଉଛନ୍ତି । ଛାତ୍ରୀ ନିବାସରେ ଅସଦାଚରଣ ହେଉଥିବା ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ସେପଟେ କେବଳ ଏହି ସାର ନୁହଁନ୍ତି ଏଭଳି ଅନେକ ଟ୍ୟୁସନରେ ମଧ୍ୟ ଟ୍ୟୁସନରେ ଛାତ୍ରୀଙ୍କ ସହିତ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି । କିଛି ଖବର ଲୋକ ଲୋଚନକୁ ଆସୁଥିବା ବେଳେ ଆଉ କିଛି ଲୁଚି ରହୁଛି ।