ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ ଟ୍ରେନରେ ବୋମା ଆତଙ୍କ । ଶନିବାର ସକାଳେ ଏସ-୧୧ କୋଚରୁ ଦୁଇଟି ସନ୍ଦିଗ୍ଧ ବାକ୍ସ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।
ୱାରାଙ୍ଗଲ ଓ ଖମ୍ମାମର ମଧ୍ୟବର୍ତୀ ମଧିରା ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହାକି ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି । ସନ୍ଦିଗ୍ଧ ବାକ୍ସକୁ ଦେଖି ଯାତ୍ରୀଙ୍କ ଭିତରେ ସନ୍ଦେହ ଘନିଭୁତ ହୋଇଥିଲା । ସେମାନେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ ।
ସ୍ୱତନ୍ତ୍ର ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ଜଣାପଡୁଛି । ଦୁଇଟି ବାକ୍ସକୁ ତୁରନ୍ତ ଟ୍ରେନରୁ ବାହାରକୁ କଢ଼ା ଯାଇଥିଲା । ତଦନ୍ତକାରୀ ଟିମ୍ ମଧିରା ଷ୍ଟେସନ୍ ଓ ଏହାର ଆଖପାଖ ସ୍ଥାନରେ ଛାନଭିନ ଜାରି ରଖିଛନ୍ତି । ଗତକାଲି ୩ଟାରେ କୋଣାର୍କ ଏକ୍ସପ୍ରେସ ମୁମ୍ବାଇ ଛାଡିଥିଲା ।