ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଭୋର ସମୟରେ ରାଜଧାନୀ ଘନ କୁହୁଡିରେ ଆଛାଦିତ ହେଉଛି । ଯାହାଦ୍ୱାରା ବହୁତ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ସକାଳୁ ସକାଳୁ କୁହୁଡି ଏତେ ପରିମାଣରେ ହେଉଛି ରାସ୍ତା ଘାଟ ଦେଖା ଯାଉନି । ଯାହା ଫଳରେ ଗାଡି ଚଳାଇବା ପାଇଁ ବହୁତ ଅସୁବିଧା ହେଉଛି । ତେବେ ଶୁକ୍ରବାର ସକାଳେ ଏତେ ପରିମାଣରେ କୁହୁଡି ହୋଇଥିଲା ରାସ୍ତା ଜମା ଦେଖା ଯାଉନଥିଲା । ଏଣୁ ଜନ ସାଧାରଣ ଧିରେ ଧିରେ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା ।
ତେବେ ଗୁରୁବାରଠାରୁ ଆରମ୍ଭ ହୋଇ ଯାଇଥିବା ଖଣ୍ଡଗିରି ଯାତ୍ରା ଦେଖି ଫେରୁଥିବା ବେଳେ ଜନ ସାଧାରଣ ବହୁ ସତର୍କତାର ସହ ଫେରୁଥିବା ଦେଖିବାକୁ ମିଳିଛି । କାରଣ ଆଗକୁ ବାଟ ଦିଶୁ ନଥିବାରୁ ଗାଡି ଧିରେ ଧିରେ ଚଳାଇ ଆସିଛନ୍ତି । ତେବେ କେତେକ ଲୋକ ଚା ପିଇ କୁହୁଡି କମିବା ପରେ ଆସିବା ପାଇଁ ଅପେକ୍ଷା ମଧ୍ୟ କରିଥିଲେ । ମାତ୍ର ରାସ୍ତା କଡରୁ ବହୁତ ଦୂରରେ ଗାଡି ରଖିଛନ୍ତି । କାରଣ ଠିକସେ ଦେଖା ଯାଉନଥିବାରୁ କାଳେ କେହି ଗାଡିରେ ପିଟି ଦେବ ଏଣୁ ସମସ୍ତେ ଭୟ ମଧ୍ୟ ଥିଲା ।
ପୂର୍ବରୁ ଏହି କୁହୁଡି ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ଭୋର ସମୟରେ ଦ୍ରୃତ ଗତିରେ ଗାଡି ଚଳାଇଥିବାରୁ ଏହି ଦୁର୍ଘଟଣା ହେଉଥିଲା । ନିକଟରେ ଏହି ଘନ କୁହୁଡି ପାଇଁ ପାତ୍ରପଡାଠାରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଆସି ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ମୃତ୍ୟୁ ହୋଇଥିଲା । ଘନ କୁହୁଡି ହୋଇଥିବାରୁ ଡ୍ରାଇଭରଙ୍କୁ ବାଟ ଦେଖା ଯାଇନଥିଲା ଏଣୁ ସେ ସିଧା ଛିଡା ହୋଇଥିବା ଟ୍ରକରେ ପିଟି ଦେଇଥିଲେ । ତେବେ ଏଟିଆର ନ୍ୟୁଜ ଏହି ଖବର ମାଧ୍ୟମରେ ଜନ ସାଧାରଣଙ୍କୁ ସତର୍କ କରାଯାଉଛି କି ଭୋର ସମୟରେ ଗାଡି ଧିରେ ଚଲାନ୍ତୁ ।