ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ରୁ ବାରଣାସୀ ମଧ୍ୟରେ ଚାଲିବାକୁ ଥିବା ଦ୍ରୁତଗାମୀ ଟ୍ରେନ୍ ବନ୍ଦ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବାକୁ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଷ୍ଟେସନରେ ପହଁଚି ସାରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ପୁଲବାମା ହମଲାରେ ଶହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଦେଶର ଶତୃକୁ କଡା ସନ୍ଦେସ ଦେଇଛନ୍ତି । ସେ କହିଛନ୍ତି କି , ଦେଶ ଡରୁ ନାହିଁ । ଦେଶର ସେନାଙ୍କୁ ଖୁଲମଖୁଲା ଛଡା ଯାଇଛି । ସେମାନେ ସହିଦଙ୍କ ବଳିଦାନକୁ ବେକାର ଯିବାକୁ ଦେବେନି ଏବଂ ଶତୃଙ୍କୁ କଡା ଜବାବ ଦେବେ ।
ଏହାପରେ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଇଂଜିନିୟର କୁ ଧନ୍ୟବାଦ ଜଣାଇଥିଲେ । ଯିଏ ବିନା ଇଂଜିନ୍ ରେ ଟ୍ରେନ୍ ତିଆର କରିଛନ୍ତି । ସେ ଦେଶରେ ଥିବା ରେଲୱେର ଦିଗ ବଦଳାଇ ରଖି ଦେଇଛନ୍ତି । ଏହାକୁ ନେଇ ନରେନ୍ଦ୍ର ମୋଦି କହିଛନ୍ତି କି, ଦେଶର ବିକାଶ ପଥରେ ଯୋଗଦାନ ଦେଇଥିବା ଇଂଜିନିୟରଙ୍କୁ ପ୍ରଣାମ କରୁଛି, ଏହାସହିତ ତାଙ୍କ ଦ୍ୱାରା ତିଆରି ହୋଇଥିବା ବିକାଶକୁ ମଧ୍ୟ ପ୍ରଣାମ ।
ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣ ଶେଷ କରି ସାରିବା ପରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଏକ୍ସପେସକୁ ଟ୍ରାକରେ ଗଡିବାକୁ ଦେଇଛନ୍ତି । ଏହାସହିତ ଏହି ଏକ୍ସପ୍ରେସରେ ପ୍ରଧାନମନ୍ତ୍ରୀ ମଧ୍ୟ ଯାତ୍ରା କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଏହି ଏକ୍ସପ୍ରେସ ଫେବ୍ରୁଆରୀ ୧୭ରେ ଚାଲିବ । ଏହି ଦ୍ରୁତଗାମୀ ଏକ୍ସପ୍ରେସର ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି ।
ଆଇଆରସିଟିସି ୱେବସାଇଟ ରୁ କିମ୍ବା କାଉଣ୍ଟରରୁ ଏହି ଏକ୍ସପ୍ରେସର ଟିକେଟ୍ କିଣି ପାରିବେ ବୋଲି ରେଲୱେ ଅଧିକାରୀଙ୍କ ସୂତ୍ରରୁ ଜଣା ପଡିଛି । ଖବରମୁତାବକ ନିକଟରେ ରେଳମନ୍ତ୍ରୀ ଏହି ଟ୍ରେନ୍ ର ନାମ ଟ୍ରେନ୍-୧୮ ବଦଳାଇ ବନ୍ଦେ ଭାରତ ଏକ୍ସପ୍ରେସ କରିଥିଲେ ।