ବାଲେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଥରେ ଖାରବେଳ ସ୍ୱାଇଁଙ୍କ ଉକ୍ରଳ ଭାରତର ସଭାକୁ ଭଣ୍ଡୁର କରିଛନ୍ତି ବିଜେଡି କର୍ମୀ । ଏଭଳି ଅଭିଯୋଗ ଆଣିଛି ଉକ୍ରଳ ଭାରତ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଳକ ଅନ୍ତର୍ଗତ ବିରମହାଜନପୁରଠାରେ ଉକ୍ରଳ ଭାରତ ପଥପ୍ରାଥ ସଭା ଆୟୋଜନ କରିଥିଲା । ଏହି ସଭା କରିବା ପାଇଁ ପରମିଶନ ମଧ୍ୟ ମିଳିଥିଲା । କିନ୍ତୁ ଏହାକୁ କିଛି ବିଜେଡି କର୍ମୀ ଆସି ବିରୋଧ କରିଥିବା ଅଭିଯୋଗ କରିଛି ଉକ୍ରଳ ଭାରତ । ଉକ୍ରଳ ଭାରତ ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ସାବିତ୍ରି ଜେନା ଏହି ସଭାର ଆୟୋଜନ କରିଥିଲେ । କିନ୍ତୁ ଏହାକୁ ସଫଳ କରି ଦେଇନଥିଲେ ବିଜେଡି କର୍ମୀ । ଏଭଳି ଅଭିଯୋଗ କରିଛନ୍ତିି ସେ ।
ଗୁରୁବାର ସଂନ୍ଧ୍ୟାରେ ଉକ୍ରଳ ଭାରତ ପକ୍ଷରୁ ବିରମହାଜନପୁର ଠାରେ ପଥ ପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଯେଉଁଠି ପାଇଁ ପରମିଶନ ମିଳିଥିଲା ଏବଂ ପୋଲିସ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ କିଛି ଲୋକ ଆସି ଏହାକୁ ବିରୋଧ କରିବା ସହ ବିଜେଡି ବିରୋଧରେ କିଛି ନକହିବା ପାଇଁ ଧମକ ଦେଇଥିଲେ । ଏଣୁ ଉକ୍ରଳ ଭାରତ ସିଧା ସଳଖ ବିଜେଡିକୁ ଦୋଷ ଦେଉଛି । ରାଜ୍ୟରେ ଦୀର୍ଘଦିନ ବିଜେଡି ସରକାର ରହିବା ଫଳରେ ମନ ମୋଟିଆ ଶାସନ କରୁଛି । ଏବଂ ଅନ୍ୟାୟ ଏବଂ ଦୁର୍ନୀତିରେ ବୁଡି ରହିଛନ୍ତି । ତେବେ କାଳେ ସେମାନଙ୍କ ଚେହେରା ପଦାରେ ପଡି ଯିବ ଏଣୁ ସେମାନେ ଏହି ସଭାକୁ ଭଣ୍ଡୁର କରୁଛନ୍ତି ।
ପୂର୍ବରୁ ପଶ୍ଚିମ ଓଡିଶା ଏବଂ ନିଆଳିରେ ମଧ୍ୟ ଉକ୍ରଳ ଭାରତ ପ୍ରତିଷ୍ଠାତା ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ଏହି ଦୁଇଟି ସ୍ଥାନରେ ହୋଇଥିବା ଆକ୍ରମଣରେ ବିଜେଡି କର୍ମୀ ଥିଲେ ବୋଲି ମଧ୍ୟ ପୂର୍ବରୁ ଖାରବେଳ ସୂଚନା ଦେଇଛନ୍ତି । ତେବେ ବିଜେଡିର ଏଭଳି ଗୁଣ୍ଡାଗର୍ଦିକୁ ସାଧାରଣରେ ନିନ୍ଦା କରାଯାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ପାଳୁଥିବା ଗୁଣ୍ଡା ବାହିନୀ ଦିନକୁ ଦିନ ହିଂସ୍ର ହୋଇ ପଡୁଛି ବୋଲି ଅଭିଯୋଗ କରିଛନ୍ତିି ବିରୋଧୀ । ତେବେ ସତରେ ଯଦି ବିଜେଡି କର୍ମୀମାନେ ଏଭଳି ଗୁଣ୍ଡାଗର୍ଦି କରିବେ ଆସନ୍ତା ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ସୂଚନା ଦେଇଛନ୍ତି ରାଜନୀତି ବିଶେଷଜ୍ଞ ।