ଗଞ୍ଜାମ (ଏଟିଆର ବ୍ୟୁରୋ); ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅଦରାଧର ଦୁନିଆ । ତେବେ ଏଥିରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ଏଠାରେ ନିୟମିତ ଭାବରେ ପୋଲିସ ଏନକାଉଣ୍ଟଣ କରୁଥିବା ଖବର ପ୍ରସାରଣ କରାଯାଉଛି । ତେବେ ଆଜି ପୁଣି ଏକ ଏନକାଉଣ୍ଟର ହୋଇଛି ଗଞ୍ଜାମ ଜିଲ୍ଲା । ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମହମଦ ଇମ୍ରାନ (ଇମୁ) ଆହତ ହୋଇଛି । ତାର ଦୁଇ ଗୋଡରେ ଦୁଇଟି ଗୁଳି ବାଜିଛି । ତାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମୁ ହେଉଛି ଭଞ୍ଜନଗର ସହରରେ ହୋଇଥିବା ସିରିଜ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ତେବେ ତା ନାଁରେ ଆଗରୁ ମଧ୍ୟ ଥାନାରେ ବିଭିନ୍ନ ଅପରାଧୀକ ମାମଲା ରହିଛି ।
ମିଳିଥିବା ସୂଚନା ମୁତାବକ ଇମୁ ଦୀର୍ଘ ଦିନ ହେବ ଲୁଚି ରହୁଥିଲା । ତାକୁ ପୋଲିସ ଖୋଜା ଖୋଜି କରୁଥିଲା । ମାତ୍ର ତାର ଠିକଣା ମିଳି ପାରି ନଥିଲା । ତେବେ ସେ ଗତକାଲି ରାତିରେ ଫେରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏଣୁ ଫୁଲବାଣୀ-ଭଞ୍ଜନଗର ରାସ୍ତା ସୋରଦେଇ ମନ୍ଦିର ପାଖ ଗୁଣ୍ଡିଶିଳା ପାଖରେ ଛକି ବସିଥିଲା । ଇମୁକୁ ଦେଖିବା ପରେ ପୋଲିସ ତାକୁ ଆତ୍ମସମର୍ପଣ କରିବା ପାଇଁ କହିଥିଲା । ମାତ୍ର ସେ ଏବଂ ତାର ସହଯୋଗୀ ପ୍ରଥମେ ପୋଲିସ ଉପରୁ ଗୁଳି ଚଳାଇଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଇମୁର ଦୁଇ ଗୋଡରେ ଦୁଇଯି ଗୁଳି ବାଜିଥିଲା ।
ଫଳରେ ସେ ଗାଡିରୁ ଟଳି ପଡିଥିଲା । ଫଳରେ ତା ସହଯୋଗୀ ତାକୁ ଛାଡି ଫେରାର ହୋଇ ଯାଇଥିଲା । କିନ୍ତୁ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇନାହିଁ । ତେବେ ଗୁରୁତର ଆହତ ହୋଇଥିବା ଇମୁକୁ ପ୍ରଥମେ ଭଞ୍ଜନଗର ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ପୋଲିସ ଇମୁ ନିକଟରୁ ଏକ ପଲସର ବାଇକ,ଗୋଟିଏ ବନ୍ଧୁକ ଏବଂ ଗୁଳି ଜବତ କରିଛି । ଏବେ ଦୀର୍ଘଦିନ ହେବ ନିୟମିତ ଭାବରେ ଗଞ୍ଜାମରେ ଏଭଳି ଏନକାଉଣ୍ଟର ହେଉଥିବା ଖବର ପ୍ରସାରଣ କରାଯାଉଛି । ଏଣୁ ଗଞ୍ଜାମରେ ଅପରାଧ ମାତ୍ରା ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।