ଯାଜପୁର (ଏଟିଆର ବ୍ୟୁରୋ); ଶ୍ୱଶୁର ବୋହୁର ସମ୍ପର୍କ ହେଉଛି ବାପା ଝିଅର ସମ୍ପର୍କ । କିନ୍ତୁ ଆଜିକା ସମାଜରେ ପାରିବାରିକ କଳହକୁ ନେଇ ପ୍ରାୟ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ । ଏବଂ ଯାହାର ଅନ୍ତ ଅତି ଭୟଙ୍କର ହୋଇଥାଏ । ତେବେ ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବରୁଣେଇପଦା ଗାଁରେ । କୌଣସି ଏକ କାରଣ ଶ୍ୱଶୁର ବୋହୂ ମଧ୍ୟରେ ଝଗଡା ହେବାରୁ ବୋହୂକୁ ଧାରୁଆ ଅସ୍ତ୍ରରେ କାଟିଛି ଶ୍ୱଶୂର । ଏହା ପରେ ନିଜେ ଆତ୍ମହତ୍ୟା କରି ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ ବଡବରୁଣେଶ୍ୱରପଦା ଗ୍ରାମର ଦାମୋଦର ବେହେରା ଏବଂ ତାଙ୍କ ସାନ ବୋହୂ ଶକୁନ୍ତଳା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଦାମୋଦରଙ୍କ ମୁଣ୍ଡକୁ ପିତ ଚଢ଼ି ଯିବାରୁ ସେ ତାଙ୍କ ବୋହୂକୁ ଏକ ଧାରୁଆ ଅସ୍ତ୍ରରେ କାଟି ପକାଇଥିଲେ । ଶକୁନ୍ତଳା ପାଟି କରି ଡାକିବା ପରେ ପରିବାର ଲୋକ ଆସି ତାଙ୍କ ବଞ୍ଚାଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ବୋହୂଙ୍କୁ ଆକ୍ରମଣ କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଦାମ । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ । ତେବେ ପୋଲିସ ଖବର ପାଇବା ପରେ ଦୁଇଟି ମାମଲା ରୁଜୁ କରିଛି । ଏବଂ ଦାମଙ୍କର ଶବକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ଶକୁନ୍ତଳା ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଦାମ ବୋହୂଙ୍କୁ ଆକ୍ରମଣ କରିଥିବାରୁ ନିନ୍ଦା ହେବ ଭାବି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗାଁଲୋକ ଟୁପୁରୁ ଟାପୁର ହେଉଥିବା ଦେଖିବାକୁ ମିଳିଛି ।