କନ୍ଧମାଳ (ଏଟିଆର ବ୍ୟୁରୋ); ନିଆଁରେ ଜିଅନ୍ତା ଜଳିଲେ ମହିଳା ଏବଂ ଦୁଇ ଝିଅ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ । ମୃତକ ମହିଳା ହେଲେ ଝୁଲିମା ପ୍ରଧାନ(୨୩) । ତାଙ୍କ ସହ ପୋଡି ହୋଇଛନ୍ତି ବଡ ଝିଅ ସେନାଲୀ(୩)ଏବଂ ସାନ ଝିଅ ରୂପାଲି(୯ମାସ) । ତେବେ ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବିମଳ ପ୍ରଧାନଙ୍କୁ ଅଟକ ରଖି ପଚରା ଉଚରା କରୁଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିବ ବୋଲି ସୂଚନା ଦେଇଛି ପୋଲିସ ।
ପୋଲିସ ରିପୋର୍ଟ ଯୋଗ୍ୟ, ମହିଳା ଏବଂ ତାଙ୍କ ଝିଅ ଗୋଟଏ ଘରେ ଶୋଇଥିଲେ । ସକାଳୁ ତାଙ୍କ ଶାଶୁ ଦେଖିବା ବେଳକୁ ତିନିଜଣ ଯାକ ଜିଅନ୍ତା ଜଳି ଯାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ କାଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତାଙ୍କ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳୁଛି । ୨ଟି ଝଅ ହୋଇଥିବାରୁ ତାଙ୍କ ସ୍ୱାମୀ ମାରି ଦେଇଥିବା ମଧ୍ୟ ସାଧାରଣ ଲୋକମାନେ କଥା ହେଉଛନ୍ତି । ନିକଟରେ ହୀରାକୁଦ ଅଞ୍ଚଳରେ ମଧ୍ୟ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିଥିବାରୁ ତାଙ୍କ ଶାଶୁଘର ଲୋକ ଜିଅନ୍ତା ଜାଳିଦେଇଥିବା ଦେଖିବାକୁ ମିଳିଥିଲା ।