ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇଦିନିଆ ଭାରତ ଗସ୍ତରେ ଆସି ପହଁଚିଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ୍ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଏହାସହିତ ତାଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି ।
ମୋହମ୍ମଦ ବିନ ସଲମାନ୍ ଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ତାଙ୍କ ଯାତ୍ର ଦ୍ୱାରା ଦୁଇଟି ଦେଶର ସମ୍ବନ୍ଧକୁ ମଜବୁତ କରିବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି କି, ‘ସାଉଦି ଆରବର ଶହଜାଦେ ମୋହମ୍ମଦ ବିନ୍ ସଲମାନଙ୍କୁ ଭାରତ ସ୍ୱାଗତ କରୁଛି । ଏହି ଯାତ୍ରା ଦ୍ୱାରା ଭାରତ ଏବଂ ସାଉଦି ଆରବର ସମ୍ବନ୍ଧ ଆହୁରୀ ମଜବୁତ ହେବାରେ ସହାୟକ ହେବ ।’
India is delighted to welcome HRH Mohammed Bin Salman, the Crown Prince of Saudi Arabia. pic.twitter.com/wBK1F1UZAA
— Narendra Modi (@narendramodi) February 19, 2019
ଏନେଇ ମୋହମ୍ମଦ ବିନ ସଲମାନ୍ କହିଛନ୍ତି କି, ଭାରତକୁ ଆସି ମୁଁ ବହୁତ ପ୍ରସନ୍ନ ଅଛି । ଭାରତ ଏବଂ ସାଉଦି ର ସମ୍ପର୍କ ଅତିପୁରୁଣା । ଯେଉଁ ସମ୍ପର୍କ ୨ ହଜାର ବର୍ଷରୁ ଆରମ୍ଭ ହୋଇଥିଲା । ଏହାସହିତ ଭାରତ ଏବଂ ସାଉଦୀ ଉପଦ୍ୱୀପର ସମ୍ପର୍କ ଆମ ଡିଏନଏରେ ରହିଛି । ଭାରତର ଲୋକ ଆମର ବନ୍ଧୁ । ଏହାସହିତ ଗତ ୭୦ ବର୍ଷରୁ ସାଉଦି ଆରବକୁ ଅଗ୍ରଗତି କରାଇବାରେ ଭାରତର ଯୋଗଦାନ ରହିଛି ।
ମୋହମ୍ମଦ ବିନ ସଲମାନ୍ ଙ୍କ ଏହି ଦୁଇଦିନିକିଆ ଭାରତ ଗସ୍ତର ପ୍ରମୁଖ ପ୍ରସଙ୍ଗ ପୁଲୱାମା ଆତଙ୍କବାଦୀ ହମଲା ରହିବ । ଏହାସହିତ ଦୁଇ ଦେଶର ସୁରକ୍ଷା ସମ୍ବନ୍ଧରେ ଚର୍ଚ୍ଚା କରାଯିବ ।