ହୁତୁ ହୁତୁ ହୋଇ ଜଳୁଛି ଆପାର୍ଟମେଣ୍ଟର ବିଲ୍ଡିଙ୍ଗ । ଏଭଳି ଭୟାବହ ଅଗ୍ନିକାଣ୍ଡର ଦୃଶ୍ୟ ବାଂଲାଦେଶର ରାଜଧାନୀ ଢାକାର ଚୌକ ବଜାର ଅଞ୍ଚଳରେ ଦେଖିବାକୁ ମିଳିଛି । ବିଲ୍ଡିଙ୍ଗରେ ଅଚାନକ୍ ନିଆଁ ଲାଗିଯାଇ ଏହା ଚାରିଆଡକୁ ବ୍ୟାପି ଯାଇଛି । ଏଥିରେ ୬୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ଲାଗି ପଡିଛନ୍ତି ।
ବିଲ୍ଡିଙ୍ଗରେ କେମିକାଲ ଏବଂ ବଡି ସ୍ପ୍ରେ ଆଦି ଥିବା ଯୋଗୁଁ ନିଆଁ ଲଗାତର ଭାବେ ବଡି ଚାଲିଛି । ଏହାସହିତ ଅନେକ ଅନେକ ଲୋକ ବିଲ୍ଡିଙ୍ଗ ଭିତରେ ଫସି ରହିଛନ୍ତି । ବାଂଲାଦେଶ ଫାୟାର ସର୍ଭିସ ଚିଫ୍ ଅଲ୍ଲୀ ଅହମଦଙ୍କ କହିବାନୁଯାୟୀ , ଏହି ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହାସହିତ ବିଲ୍ଡିଙ୍ଗରେ ଏବେ ବି ତଦନ୍ତ ଜାରି ରହିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗ୍ୟାସ୍ ସିଲିଣ୍ଡର ପାଇଁ ମଧ୍ୟ ନିଆଁ ଲାଗିଥିବାର ଅନୁମାନ କରାଯାଉଛି । ନିଆଁ ଲାଗିବା ପରେ କେମିକାଲ ପାଇଁ ନିଆଁ ଅଧିକ ମାତ୍ରାରେ ବ୍ୟାପି ଯାଇଥିଲା । ଏହାସହିତ ନିଆଁ ଏତେ ଭୟଙ୍କର ଥିଲା ଯେ ତାହାର ପ୍ରଭାବ ଆଖପାଖ ବିଲ୍ଡିଙ୍ଗରେ ମଧ୍ୟ ଦେଖାଦେଇଛି ।
ଅଚାନକ୍ ନିଆଁ ଲାଗିବା ପେର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ପାରନଥିଲେ । କାରଣ ଏହି ବିଲ୍ଡିଙ୍ଗ ଏକ ଗଳିରେ ରହିଥିବାରୁ ଟ୍ରାଫିକ୍ ପୂରା ଜାମ୍ ରହିଥିଲା । ଇତି ମଧ୍ୟରେ ନିଆଁ ଚାରିଆଡେ ବ୍ୟାପିଗଲା ।