ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଟାର୍ଗେଟ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଥାଏ । ଏବେ ପୁଣଇ ଥରେ ମଉକା ପାଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ୍ ।
ପ୍ରକୃତରେ ଫେବ୍ରୁଆର ୧୯ ଅରୁଣାଚଳ ପ୍ରଦେଶରେ ହୋଇଥିବା ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ମାଧ୍ୟମରେ ଅରୁଣାଚଳ ପ୍ରଦେଶବାସୀଙ୍କୁ ଶୁଭକାମନା ଜଣାଇଥିଲେ । ମୋଦିଙ୍କ ଏହି ଟ୍ୱିଟ୍କୁ ନେଇ କେଜ୍ରିୱାଲ ମୋଦି ସରକାରଙ୍କୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ । ଏହାର ଉତ୍ତରରେ କେଜ୍ରିୱାଲ କହିଥିଲେ କି ସାର ଦିଲ୍ଲୀ ବି ପୂର୍ଣ୍ଣ ରାଜ୍ୟ ପାଇଁ ଅପେକ୍ଷା କରିଛି ।
ଆପଣ ଦିଲ୍ଲୀ ବାସୀଙ୍କୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଦୀର୍ଘ ୭୦ ବର୍ଷ ହେବା ଦିଲ୍ଲୀବାସିନ୍ଦା ଅନ୍ୟାୟା ସହି ଆସୁଛନ୍ତିି । ସୋସିଆଲ ମିଡିଆରେ ଏଭଳି ଲେଖିବା ପରେ ବି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚୁପ୍ ରହିନଥିଲେ । ସେ ଗତ ବୁଧବାର ସଂକେତ ଦେଇଥିଲେ କି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ପାଇଁ ସେ ଲଢେଇ କରିବାକୁ ପ୍ରସ୍ତୁତ । ସେ ଆହୁରୀ ମଧ୍ୟ କହିଥିଲେ କି ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ପଶି ଧରଣା ଦେବାକୁ ପଛାଇବେ ନାହିଁ ।