ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ସିମିତ ଓଭର ସିରିଜ । ଏହାକୁ ନେଇ ବେଶ ଖୁସି ଅଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ । କାରଣ ଏହି ସିରିଜ ଘରୋଇ ମାଟିରେ ଖେଳିବାକୁ ଯାଉଛି ଭାରତ । ତେବେ ଏହି ଖୁସି ଭିତରେ ଗୋଟିଏ ଦୁଃଖ ରହିଯାଇଛି । ଭାରତୀୟ କ୍ରିକେଟ ଦଳର ସଫଳ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜରୁ ବାଦ ପଡି ଯାଇଛନ୍ତି । ପିଠି ଯନୀତ ଯନ୍ତ୍ରଣା ପାଇଁ ସେ ଏହି ସମିତ ଓଭର ସିରିଜରୁ ବାଦ ପଡିଛନ୍ତି । ତେବେ ଦିନିକିଆରେ ତାଙ୍କ ସ୍ଥାନରେ ଅନ୍ୟତମ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଟି-୨୦ରେ କାହାକୁ ସ୍ଥାନ ମିଳିବ ତାହା ସ୍ପଷ୍ଠ ହୋଇ ନାହିଁ ।
ତେବେ ସବୁଠାରୁ ବଡ କଥା ହେଉଛି ତାଙ୍କ ଏହି ବ୍ୟକ ଇଞ୍ଜୁରୀ ପାଇଁ ସେ ବିଶ୍ୱକପ ଏବଂ ଆଇପିଏଲ ଭଳି ଦୁଇଟି ବଡ ସିରିଜ ମଧ୍ୟ ଖେଳିନପାରନ୍ତି । କିନ୍ତୁ ସେ ଶିଘ୍ର ସୁସ୍ଥ ହୋଇ ବିଶ୍ୱକପ ଦଳରେ ସାମିଲ ହେବେ ଏବଂ ଭାରତକୁ କ୍ରିକେଟ ମହାକୁମ୍ଭ ବିଶ୍ୱକପରେ ସହାୟକ ହେବେ ବୋଲି ଆଶା କରିଛନ୍ତି ପାଣ୍ଡ୍ୟାଙ୍କ ପ୍ରଂଶସକ । କାରଣ ଚାମ୍ପିୟନ୍ସ ଲିଗରେ ଭାରତ ହାରିଥିଲେ ସୁଦ୍ଦା ପାକିସ୍ତାନ ବିରୋଧୀ ମ୍ୟାଚ ଆଜିବି କ୍ରିକେଟ ପ୍ରେମୀଙ୍କ ମନରେ ରହିଛି । ବିଶାଳ ବିଶାଳ ଛକା ବଳରେ କାକିସ୍ତାନ ବୋଲରଙ୍କୁ ପାଣି ପିଆଇଥିଲେ । ତେବେ ପାଣ୍ଡ୍ୟା ଭାରତ ବିଜୟର ବହୁ ମ୍ୟାଚରେ ପ୍ରତିଦାନ ରହିଛି । ତାଙ୍କର ବିଶାଳ ଛକା ପାଇଁ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି ।
ସେପଟେ ଏହାପୂର୍ବରୁ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ ବେଳେ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଦୀର୍ଘ ଦିନ ବିଶ୍ରାମ ନେବାକୁ ପଡ଼ିଥିଲା। ଫଳରେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ ଖେଳିବାକୁ ସୁଯୋଗ ମିଳି ନଥିଲା।ସେହିପରି ଏକ ଟିଭି ଶୋ’ରେ କେତେକ ଆପତ୍ତିଜନକ ମନ୍ତବ୍ୟ ପାଇଁ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ସିରିଜ୍ ଅଧାରୁ ସ୍ୱଦେଶ ଫେରିବାକୁ ପଡ଼ିଥିଲା।