ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାଇନ୍ ଫ୍ଲୁ ଏଭଳି ଏକ ରୋଗ ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟଜଣଙ୍କୁ ଏହ ଭାଇରସ ଡେଇଁଥାଏ । ସେଥିପାଇଁ ଆଜି ଆମେ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ସ୍ୱାଇନ୍ ଫ୍ଲୁ ଆତଙ୍କରୁ ରକ୍ଷା ପାଇ ପାରିବେ । ସ୍ୱାଇନ୍ ଫ୍ଲୁ ରୋଗରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଆପଣଙ୍କ ଶରୀରରେ ରୋଗ ପ୍ରଅତିରୋଧକ କ୍ଷମତା ଅଧିକ କରିବାକୁ ହେବ ।
ତୁଳସୀ ପତ୍ର:
ଏହାସହିତ ଆପଣ ପ୍ରତ୍ୟେକ ଦିନ ତୁଳସୀ ପତ୍ର ଧୋଇକି ସେବନ କରନ୍ତୁ । କାରଣ ତୁଳସୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଭାଇରସ ଦୁଇଟି ତତ୍ୱ ରହିଥାଏ । ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବି ବଢିଥାଏ ।
କର୍ପୁର:
ନଚେତ୍ ଆପଣ ଯଦି ଯବାନ ଅଛନ୍ତି ତେବେ ଗୋଟା କର୍ପୁୁର ପାଣି ସହିତ ସେବନ କରନ୍ତୁ । ଛୋଟ ପିଲାଙ୍କୁ ମଧ୍ୟ ଆପଣ ଏହି କର୍ପୁରକୁ ଗୁଣ୍ଡ କରି ଦେଇ ପାରିବେ । ପ୍ରଥମେ ଧ୍ୟାନ ରଖିଥିବେ କି ଏହାକୁ ଯେପରି ଆପଣ ନିୟମିତ ସେବନ ନକରନ୍ତି । ମାସକରେ ଥରେ କିମ୍ବା ଦୁଇଥର ସେବନ କଲେ ଏହା ପର୍ଯ୍ୟାପ୍ତ ହୋଇଥାଏ ।
ରସୁଣ:
ଏହାବ୍ୟତିତ ଆପଣ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ଚାହୁଁଛନ୍ତି ତେବେ ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ରସୁଣ ସେବନ କରନ୍ତୁ । ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବ ଏବଂ ଶରୀରରେ ସଂକ୍ରମଣର ବିପଦ ବି ଟଳିଯିବ । କାରଣ ଏଥିରେ ଆଣ୍ଟି-ଭାଇରାଲ ଗୁଣ ଭରପୁର ମାତ୍ରାରେ ରହିଛି ।