ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଦେଖା ଯିବା ପାଇଁ କିଛି ନା କିଛି ବିୟୁଟି ପ୍ରଡକ୍ଟସ ବ୍ୟବହାର କରୁଛନ୍ତି । ଏହାସହିତ ବଜାରରେ ମଧ୍ୟ ବିଭିନ୍ନ ବ୍ରାଣ୍ଡର ବିୟୁଟି ପ୍ରଡକ୍ଟସ ଉପଲବ୍ଧ ରହିଛି । ସେହି ସବୁ ପ୍ରଡକ୍ଟ ମଧ୍ୟରେ ବିବି କ୍ରିମ୍, ସିସି କ୍ରିିମ୍ ଏବଂ ଡିଡି କ୍ରିମ୍ ମଧ୍ୟ ରହୁଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ବିବି, ସିସି ଏବଂ ଡିଡି ମଧ୍ୟରେ ଫରକ କ’ଣ ରହିଛି । ଆପଣମାନେ ସମସ୍ତେ ଜାଣିଛନ୍ତି କି ଭୁଲ୍ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ସୌନ୍ଦର୍ଯ୍ୟତା ବିଗଡି ଯାଇପାରେ । ତାପରେ ମଧ୍ୟ ଆପଣ ପ୍ରଡକ୍ଟ ବିଷୟରେ ଭଲ ଭାବେ ନ ଜାଣି ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବଜାରରେ ଉପଲବ୍ଧ ଥିବା ବିବି, ସିସି ଏବଂ ଡିଡ ମଧ୍ୟରେ ଥିବା ଫରକ ।
ବିବି କ୍ରିମ୍:
ତ୍ୱଚାକୁ ଏହି କ୍ରିମ୍ ଲାଇଟ୍ ଏବଂ ମଧ୍ୟମ କଭରେଜ୍ ଦେଇଥାଏ । ନିୟମିତ ମଇଶ୍ଚରାଇଜର ଭଳି କାମ କରୁଥିବା ଏହି କ୍ରିମ୍ ତ୍ୱଚାକୁ ସୂର୍ଯ୍ୟ ତାପରୁ ରକ୍ଷା କରିଥାଏ । ଯେଉଁମାନେ ଅଧିକ ମେକଅପ୍ ବ୍ୟବହାର କରିପାରନ୍ତି ନାହିଁ ସେମାନଙ୍କ ପାଇଁ ଏହି କ୍ରିମ୍ ଭଲ ।
ସିସି କ୍ରିମ୍:
ମଲ୍ଟିପପ୍ରୋଜ କାମ କରିଥାଏ ଏହି ସିସି କ୍ରିମ୍ । କାରଣ ଏହି କ୍ରିମ୍ ତ୍ୱଚା ପାଇଁ ଫାଉଣ୍ଡେସନ , ପ୍ରାଇମର, ବ୍ରାଇଟନର ଭଳି କାମ କରିବା ସହିତ ତ୍ୱଚାକୁ ସୂର୍ଯ୍ୟ ତାପରୁ ରକ୍ଷା କରିଥାଏ । ଏହାସହିତ ଏହି କ୍ରିମ୍ ଆଣ୍ଟିଏଜିଙ୍ଗ ସମସ୍ୟାରୁ ରକ୍ଷା କରିଥାଏ ।
ଡିଡି କ୍ରିମ୍:
ଡିଡି ର ଅର୍ଥ ଡେଲି ଡିଫେନ୍ସ । ହୁଏତ ଏହି ଡିଡି କ୍ରିମ୍ ଏବେ ଭାରତୀୟ ବଜାରରେ ଉପଲବ୍ଧ ନାହିଁ । କିନ୍ତୁ ଏହି କ୍ରିମ୍ କୁ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚା, ହାତ ଏବଂ ଗୋଡକୁ କୋମଳ ରଖିଥାଏ । ଏହି କ୍ରିମ୍ କୁ ଖାସ୍ କରି ଶରୀରର ରୁଖାପଣ ଥିବା ଅଙ୍ଗ ପାଇଁ ତିଆରି କରାଯାଇଛି । ଯେପରିକି କହୁଣୀ, ହାତ, ପାଦ ଏବଂ ଆଂଠୁ ।