ବଲାଙ୍ଗିର (ଏଟିଆର ବ୍ୟୁରୋ); ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ବର୍ଷେ ପୁରିଛି । ଗତବର୍ଷ ଆଜିର ଦିନରେ ଘଟିଥିଲା ଛାତିଥରା ଘଟଣା । ପାଟଣାଗଡ ବରହମପୁରା ସହରରେ ଘଟିଥିଲା ଏହି ଘଟଣା । ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା । ଏହି ଘଯଣାକୁ ନେଇ ଫିଲ୍ମ ମଧ୍ୟ ବନିବାକୁ ଯାଉଥିଲା । କିନ୍ତୁ କୌଣସି କାରଣରୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି । ସେ ଯାହାବି ହେଉ ସେଇ ଛାତିଥରା ଘଟଣା ଆଜିବି ସମସ୍ତଙ୍କ ମନରେ ରହିଛି । ଏହି ବିସ୍ଫୋରଣରେ ଅଧ୍ୟାପକ ରବିନ୍ଦ୍ର ସାହୁଙ୍କ ପୁଅ ସୌମ୍ୟାଶେଖର ଏବଂ ସମ୍ପର୍କୀୟ ଜେଜେଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ସୌମ୍ୟଙ୍କର ନବବିବାହିତ ପତ୍ନୀ ରୀମା ଗୁରୁତର ଆହାତ ହୋଇଥିଲେ ।
ଏହି ଘଟଣା ସମଗ୍ର ଦେଶରେ ମଧ୍ୟ ଚର୍ଚ୍ଚା ହୋଇଥିଲା । କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଜଣା ପଡିଥିଲା କି ଏହି ଘଟଣାରେ ସୈାମ୍ୟାଶେଖରଙ୍କ ମା ଯେଉଁ କଲେଜରେ ପାଠ ପଢ଼ାଉଥିଲେ ସେହି କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେର ଏହି ଘଟଣାର ମାଷ୍ଟର ମାଇଣ୍ଡ । ବହୁ ଛକା ପଞ୍ଝା ପରେ ଧରା ହୋଇଥିଲା ମୁଖ୍ୟ ଅଭିଯୁକ୍ତ । ଏବେ ସେ ଜେଲରେ ଅଛି । ସେପଟେ କୋର୍ଟରେ କ୍ରାଇମବ୍ରାଞ୍ଚ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିସାରିଛି। ନିକଟରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଜେଲରେ ନିମ୍ନମାନର ଖାଦ୍ୟ ଏବଂ ଅବ୍ୟବସ୍ଥାକୁ ନେଇ ଅନଶନ କରିଥିଲା ।
ସୈାମ୍ୟା ଶେକରଙ୍କ ମା ଉପରେ ରାଗ ରଖି ଏହି ଘଟଣା ଘଟାଇଥିଲା ପୁଞ୍ଜିଲାଲ । କଲେଜରେ ପଦବୀ ପାଇଁ ଏତେ ବଡ ଅଘଟଣ ଘଟାଇଥିବା ପୋଲିସ ଆଗରେ ମାନିଥିଲା । ବିବାହଠାରୁ ଆରମ୍ଭ କରି ରିସପସନ ପର୍ଯ୍ୟନ୍ତ ପାଖରେ ରହି ଆସିଥିଲା ପୁଞ୍ଜିଲାଲ । ମାତ୍ର ବହୁତ ଚାଲାକ କରି ଗିଫ୍ଟପ୍ୟାକ କରି ଦେଇଥିଲା । ଏବଂ ଏହି ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ କାହାର ହାତ ଅଛି ତାକୁ ନେଇ ବହୁତ ଚର୍ଚ୍ଚା ଚାଲିଲା । କୋରିଅର ଠାରୁ ଆରମ୍ଭ କରି ସବୁ କିଛି । ଶେଷରେ ଜଣା ପଡିଲାକି ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ପୁଞ୍ଜିଲାଲ ମେହେର ।