କୋରାପୁଟ (ଏଟିଆର ବୁରୋ); ସ୍ଥାନୀୟ ଲତାମପୁଟ ଅଞ୍ଚଳ ଏବେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ପାଲଟି ଯାଇଛି । ତେବେ ଆଜି ଚାଲାଣ କରୁଥିବା ବେଳେ ପୋଲିସ ୪ କ୍ୱିଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ କରିଛି । ଯାହାର ବଜାରରେ ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ । ତେବେ ଚାଲାଣ କରୁଥିବା ଦୁଇ ଜଣ ପୋଲିସକୁ ଦେଖିବା ପରେ ଫେରାର ହୋଇ ଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାରମାନେ ସ୍ଥାନୀୟ ଅଞ୍ଚଳ ହୋଇ ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରିଛି । ପୋଲିସ ଗଞ୍ଜେଇ ସହିତ ମିନି ଭ୍ୟାନକୁ ମଧ୍ୟ ଜବତ କରିଛି ।
ଦୀର୍ଘଦିନ ହେବ ଏଠାରେ ଗଞ୍ଜେଇ ଚାଲାଣ ଚାଲୁଥିଲା । ତେବେ ଆଜି ଲତାମପୁଟ ମାଛକୁଣ୍ଡ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଯାଉଥିବା ଏକ ମିନିଭ୍ୟାନକୁ ଚେକିଂ କରିଥିଲା । ତେବେ ପୋଲିସ ଗାଡି ଚେକିଂ କରୁଥିବା ବେଳେ ଗାଡିରେ ଥିବା ଦୁଇଜଣ ଦୌଡି ପଳାଇଥିଲେ । ଫଳରେ ପୋଲିସର ସନ୍ଦେହ ହୋଇଥିଲା । ଏବଂ ଗାଡି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ପୋଲିସ ଗଞ୍ଜେଇ ସହିତ ମିନିଭ୍ୟାନକୁ ଜବତ ରଖିଛି । କିଛିଦିନ ପୂବେ ସମ୍ବଲପୁର ଅଞ୍ଚଳରେ ମଧ୍ୟ ବାହାର ରାଜ୍ୟକୁ ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଥିଲା । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ଚାଲାଣର ଚେର କେଉଁଯାଏଁ ଲମ୍ବିଛି ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।