ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ହମଲା ପରେ କରାଚୀ ବେକରୀ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଲୋକେ ଏହି ପାକିସ୍ତାନୀ ସବ୍ଧକୁ ହଟାଇବାକୁ ପାଇଁ ଦାବି କରିବା ସହିତ ଶୁକ୍ରବାର ନାରାବାଜି କରିଥିଲେ । ଏବେ ବେକରୀ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଛି । ବେଙ୍ଗାଲୁରୁରେ ଥିବା ପାଖାପାଖି ୬୦ ବର୍ଷ ପୁରୁଣା କରାଚୀ ବେକରୀ ତାର ଫେସବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ହୃଦୟରୁ ସମ୍ପୂର୍ଣ୍ଣ ଭାରତୀୟ ବୋଲି କହିଛି ।
ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ବେଙ୍ଗାଲୁରୁର କରାଚୀ ବେକରୀରେ ଶୁକ୍ରବାର ଦିନ ଭଙ୍ଗାରୁଜା କରାଯାଇଥିଲା । ଏହାସହିତ ଲୋକେ ବେକରୀର ନାଁ କରାଚୀ ରଖାଯାଇଥିବାକୁ ନେଇ ଆପତ୍ତି କରିଥିଲେ । ପ୍ରଦର୍ଶନକାରୀ ମାନେ ଦୋକାନର ନାଁକୁ ହଟାଇବା ପାଇଁ ଦାବି କରିଥିଲେ ।
ଦିଲ୍ଲୀରେ ବି କରାଚୀ ବେକରୀର ଦୋକାନ ରହିଛି । ଦୋକାନ ଷ୍ଟାଫଙ୍କ କହିବାନୁଯାୟୀ, ପୋଲିସ ପକ୍ଷରୁ ସେମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । ଏହି ବ୍ରାଣ୍ଡ ୧୯୫୩ ରେ ସ୍ଥାପିତ କରାଯାଇଥିଲା । ଏହା ଏକ ଭାରତୀୟ କମ୍ପାନୀ । କମ୍ପାନୀର ଉତ୍ପାଦ ଖୁବ୍ ମଶୁର, ଯେଉଁଥିପାଇଁ କେବଳ ଭାରତ ନୁହେଁ ବିଦେଶରେ ବି କମ୍ପାନୀର ବ୍ୟବସାୟ ଚାଲିଛି । କମ୍ପାନୀ ଫେସବୁକ୍ ପେଜ୍ ରେ ଏକ ଲକ୍ଷରୁ ଅଧିକ ଫଲୋର ଅଛନ୍ତି । କମ୍ପାନୀ ପକ୍ଷରୁ ତାଙ୍କ ବୟାନ ଟ୍ୱିଟ୍ ର ଆକାଉଣ୍ଟରେ ବି ସେୟାର କରାଯାଇଛି ।
୧୯୫୩ ମସିହାରେ ଖାନଚନ୍ଦ ରାମନାନୀ ଏହି ବେକରୀ ଚେନ୍ ର ସ୍ଥାପନା କରିଥିଲେ । ଦିଲ୍ଲୀ ଏବଂ ବେଙ୍ଗାଲୁରୁ ବ୍ୟତିତ ମୁମ୍ବାଇର ବି ଏହାର ବ୍ରାଞ୍ଚ ଅଛି ।
ରିପୋର୍ଟ ଅନୁଯାୟୀ ପୁଲୱାମା ଆତଙ୍କୀ ହମଲା ପରେ ଦୋଙ୍କୁ ଆସୁଥିବା ଗ୍ରାହକ ପୂରା ରାଗିକି ରହିଥିଲେ । ଦୋକାନ ନାଁକୁ ନେଇ ଲୋକଙ୍କ ଦ୍ୱାରା କରାଯାଇଥିବା ବିରୋଧକୁ କିଛି ଲୋକ ନିନ୍ଦା ମଧ୍ୟ କରିଛନ୍ତି ।