ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛି । ଭାରତର ସବୁଠାରୁ ଦ୍ରୁତଗାମୀ ଏକ୍ସାପ୍ରେସଟି ଦୁଇ ଦୁଇ ଥର ଦୁଘଟଣାର ସାମ୍ନା କଲାଣି ।
ରିପୋର୍ଟ ମୁତାବକ, ଉତ୍ତର-ପ୍ରଦେଶର କାନପୁର ଟୁଣ୍ଡଲା ଜଙ୍ଗସନରେ ଅନ୍ୟ ଏକ ଟ୍ରେନ୍ କ୍ରସ୍ କରୁଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ଘଟିଥିଲା ।
ଉତ୍ତର ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି କି, ଉତ୍ତରପ୍ରଦେଶର ଅଛାଲାରେ ଡିବ୍ରୁଗଢ ରାଜଧାନୀ ଏକ୍ସପ୍ରେସଟି ଏକସଙ୍ଗରେ ଲାଇନରେ ଗଲାବେଳେ ପାଖାପାଖି ହୋଇଯାଇଥିଲା । ଫଳରେ ଟ୍ରାକରେ ଥିବା ପଥର ଗୁଡିକ ଉଡିକି ଯାଇ ବନ୍ଦେ ଭାରତ ଏକ୍ସପ୍ରେସରେ ମାଡ ହୋଇଥିଲା । ଏଥିରେ ଡ୍ରାଇଭରର ୱିଣ୍ଡୋ ସ୍କ୍ରିନ୍ ସମତେ କୋଚ୍ ସି୪, ସି୬,ସି୭,ସି୮,ସି୧୨ ଏବଂ ସି୧୩ ର କାଚ କ୍ଷତି ହୋଇଛି ।
ଟ୍ରେନରେ ଯାତ୍ରା କରୁଥିବା ଟେକ୍ନିକାଲ ଟିମ୍ କହିଛନ୍ତି କି ଟ୍ରେନଟି ସାମନ୍ୟ ସ୍ପିଡରେ ଚାଲୁଥିଲା । କାଚକୁ ଛାଡି ଦେଲେ ଟ୍ରେନ୍ ଟି ସମ୍ପୂର୍ଣ୍ଣ ଫିଟ୍ ଅଛି ।
ସିପିଆରଓ କହିଛନ୍ତି କି, ଟ୍ରେନରେ ଯାତ୍ର କରୁଥିବା ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏହାସହିତ ଏକ୍ସପ୍ରେସ ବିଳମ୍ବ ନକରି ତାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ଖବରମୁତାବକ, ଚଳିତ ଫେବ୍ରୁଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭର ଗୋଟେ ଦିନ ପରେ ଟ୍ରେନ୍ ଟି କୌଣସି ଯାନ୍ତ୍ରିକ ତୃଟି ପାଇଁ ଟ୍ରାକ୍ ରେ ଅଟକି ରହିଥିଲା ।