ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ମୋଦି ଟ୍ୱିଟ୍ କରି କହିଛନ୍ତି କି, ‘ ଜୟଲଳିତା ଜୀଙ୍କୁ ତାଙ୍କ ଜୟନ୍ତି ଅବସରରେ ଶ୍ରଦ୍ଧାଞ୍ଜଳୀ । ତାମିଲନାଡୁର ବିକାଶ ପ୍ରତି ତାଙ୍କ ଯୋଗଦାନକୁ ଯୁଗ ଯୁଗ ପର୍ଯ୍ୟନ୍ତ ମନେ ରହିବ । ଜଣେ ଭଲ ପ୍ରଶାସକ ଏକ ଦୟାଳୁ ନେତ୍ରୀ ଏବଂ ତାଙ୍କର କଲ୍ୟାଣକାରୀ ଉପାୟ ଅଗଣିତ ଗରିବଙ୍କୁ ଲାଭନ୍ୱିତ କରିଛି ।’
Tributes to Jayalalithaa Ji on her birth anniversary. Her contribution towards the development of Tamil Nadu will be remembered for generations. A fine administrator and compassionate leader, her welfare measures benefitted countless poor people.
— Narendra Modi (@narendramodi) February 24, 2019
ମୋଦିଙ୍କ ବ୍ୟତିତ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଜୟଲଳିତାଙ୍କୁ ତାଙ୍କ ଜନ୍ମ ବାର୍ଷିକିରେ ମନେପକାଇଛନ୍ତି ।
ଅମିତ୍ ଶାହା କହିଛନ୍ତି କି, ‘ମୁଁ ଜୟଲଳିତା ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ଗରିବଙ୍କ ସେବା କରିବାରେ ତାଙ୍କର ଜୁନୁନ୍ ଏବଂ ପ୍ରତିବଦ୍ଧତା ତାମିଲନାଡୁରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନଙ୍କୁ ଭଲ କରିଛି । ଯୁଗ ଯୁଗ ଧରି ଆମ୍ମାଙ୍କ ରୂପରେ ମନେ ରହିବେ ।’
ଖବରମୁତାବକ, ଜୟଲଳିତାଙ୍କ ଜନ୍ମ ଫେବ୍ରୁଆରୀ ୨୪,୧୯୪୮ ରେ ହୋଇଥିଲା । ଏହାସହିତ ଡିସେମ୍ବର ୫ , ୨୦୧୬ ରେ ତାଙ୍କର ମୃତ୍ୟୁ ହୋଇଥିଲା ।