ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଯାତ୍ରା ପାଇଁ ଖଣ୍ଡଗିରିରେ ଖଚାଖଚଭିଡ । ଭିଡ ପାଇଁ ସୁରକ୍ଷା ବ୍ୟବସ୍ଥାବି କଡାକଡି । କେଉଁଠି ସିସିଟିଭିର ନଜର ତ ଆଉ କେଉଁଠି ସୁରକ୍ଷା କର୍ମୀଙ୍କ ପଇନ୍ତରା । ସେ ପେଣ୍ଡାଲ ଭିତରେ ହେଉ ବା ବାହାର । ସବୁଠି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିବା କହି ଫୁଟାଣି ମାରୁଛନ୍ତି କମିଟି କତ୍ତୃପକ୍ଷ ଏବଂ ପୋଲିସ । ହେଲେ ବାସ୍ତବରେ ଏହା କେବଳ ଭାଣ୍ଡମୀ । କାରଣ ଆମେ ଏଥିପାଇଁ ଏପରି କହୁଛୁ ଯାତ୍ରା ପେଣ୍ଡାଲ ଭିତରେ ମହିଳାଙ୍କୁ ହୋଇଛି ଅସଦାଚରଣ । କେବଳ ଏତିକି ନୁହେଁ ମୋବାଇଲ ଚୋରୀଠୁ ନେଇ କାହାର ପକେଟ ମାର କରିଛନ୍ତି ଦୁବୃତ୍ତ । ଏସମସ୍ତ ଘଟଣା ଘଟିଛି ଯାତ୍ରା ସମ୍ରାଟ ବୋଲାଉଥିବା ତୁଳସୀ ଗଣନାଟ୍ୟରେ ।
ସୂଚନାଯେଗ୍ୟ,ଶନିବାର ଯାତ୍ରା ତୁଳସୀ ଗଣନାଟ୍ୟ ଦେଖିବା ପାଇଁ ମଞ୍ଚେଶ୍ୱର ଅଞ୍ଚଳରୁ ଗୋଟିଏ ପରିବାର ଆସିଥିଲେ । ସମୟ ପ୍ରାୟ ୨ଟା ହେବ । ନାଟକ ଆରମ୍ଭ ହୋଇ ଯାଇଥିଲା । ମହିଳା ଜଣକ ବସିଥିବା ବେଳେ ଜଣେ ମଦ୍ୟପ ଯୁବକ ଆସି ପ୍ରଥମେ ମହିଳାଙ୍କୁ ଗୋଇଠା ଦେଇଥିଲା । ଫଳରେ ମହିଳା ଜଣକ ଛିଟିକି ପଡି କାନ୍ଥରେ ମାଡ ହୋଇଥିଲେ । ଏହାପରେ ମହିଳା ଜଣକ ଯୁବକଙ୍କୁ ନିର୍ନ୍ଧୁମ ଛେଚିଥିଲେ । ଏବଂ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ଯେଉଁ କାରଣରୁ କିଛି ସମୟ ପାଇଁ ବନ୍ଦ ରହିଥିଲା ଯାତ୍ରା । ତେବେ ଏହି ସବୁ ଝଗଡା ଭିତରେ କାହର ପର୍ସ ହଜି ଯାଇଥିଲା ତ ଆଉ କାହାର ମୋବାଇଲ ।
ଆଲାନ୍ସ କରାଯାଇଥିଲା କି ଯଦି କେହି ପର୍ସ କିମ୍ବା ମୋବାଇଲ ପାଇବେ ତେବେ ମଞ୍ଚ ନିକଟରେ ଆଣି ଦେବା ପାଇଁ । କାରଣ ଏହାରି ଭିତରେ ବହୁ ଲୋକଙ୍କ ଏଭଳି ବହୁତ କିଛି ସାମାନ ହଜି ଯାଇଥିଲା । ଯାହାଫଳରେ ଦର୍ଶକମାନେ ବହୁତ ଅସୁବିଧାର ସମୁଖୀନ ହୋଇଥିଲେ । ତେବେ ଏଠାରେ ଯାତ୍ରା କମିଟି ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଡା ସୁରକ୍ଷା ବ୍ୟବସ୍ଥା ଭିତରେ ଯାତ୍ରା ଚାଲୁଥିବା ବାହାଦୁରୀ ମାରିଥିଲେ । ସେପଟେ ଯାତ୍ରା ପାର୍ଟି ଭିତରେ ସିସିଟିଭି ଲଗାଯାଇଛି ଏବଂ ପୋଲିସ ବାବୁମାନେ ପାର୍ଟି ଭିତରେ ମଧ୍ୟ ରହୁଛନ୍ତି କିନ୍ତୁ ଏଭଳି ଏତେ ସବୁ ଚୋରୀ ଏବଂ ଗଣ୍ଡଗୋଳ କିଭଳି ହେଉଛି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଠିହୋଇଛି ।
ସେପଟେ ପୋଲିସମାନେ କେବଳ ଯାତ୍ରା ଦେଖିବାରେ ମଜି ଯାଇଥିବା ବେଳେ ସିସିଟିଭି ରଙ୍ଗମଞ୍ଚର ଚିକମିକ ଲାଇଟରେ ବନ୍ଦ ରହୁଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି । ପୋଲିସର ସୁରକ୍ଷା ବ୍ୟବସ୍ଥା ଏବଂ କମିଟି ଉପରେ ଉଠିଛି ଅନେକ ପ୍ରଶ୍ନ । କାରଣ ନିୟମିତ ଭାବରେ କେତେକ ଦର୍ଶକ ମଦପିିଇ ଯାତ୍ରା ଦେଖିବାକୁ ଯାଇ ବିଭିନ୍ନ କାଣ୍ଡ ଘଟାଉଛନ୍ତି । ଏଣୁ ପରିବାର ସହିତ ଯାତ୍ରା ଦେଖିବାକୁ ଗଲେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡୁଛି । କିନ୍ତୁ ପୋଲିସ ଏସବୁ ଜାଣି ଅଜଣା ରହୁଥିବା ମଧ୍ୟ ସାଧାରଣ ଲୋକ ଅଭିଯୋଗ କରୁଛନ୍ତି ।