ବାଲେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏବେ ପୁଣି ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏକ ବୋଲେରୋଟି ଦୁର୍ଘଟଣାଗସ୍ତ ଘଟିଛି । ଏଥିରେ ଥଇବା ଡ୍ରାଇଭର ଜଣଙ୍କର ମୃତ୍ୟୁ ଘଟିଛି । ବୋଲେରୋର ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି । ଆହତଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତିଙ୍କ ନାଁ ସାହାଜାନ୍ ଖାନ୍ । ତାଙ୍କ ଘର ବେଗୁନିଆ ଅଞ୍ଚଳରେ । ଦୁର୍ଘଟଣାେରେ ବୋଲେରର ସମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି ।
ସେପଟେ ବାଲେଶ୍ୱର ଜିଲ୍ଲା ଆଳଦା ଗାଁ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଣ ଓଲଟି ପଡିଛି ଯାତ୍ରୀବାହି ବସ୍ । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆତ ହୋଇଥଇବାର ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝାଡେଶ୍ୱର ନାମକ ବସ୍ ଟି ବରଜଦେଉଳିରୁ ଆସି ବାଲେଶ୍ୱର ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ପ୍ରତ୍ୟେକଦିନ ଏଭଳି ବସ୍ ଦୁର୍ଘଟଣା ଖବର ଲୋକଙ୍କୁ ଛାନିଆ କରି ରଖିଛି । ଫଳରେ ଲୋକେ ଏବେ ଯାତ୍ର କରିବାକୁ ଭୟଭୀତ ହେଉଛନ୍ତି । ଏହି ସବୁ ଦୁର୍ଘଟଣା ବେପରୁଆ ଗାଡି ଚଳାଇବାକୁ ନେଇ ହେଉଛି ନା ରାସ୍ତା ଖରାପ ଯୋଗୁଁ ହେଉଛି । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ।