ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ଭୋଟର ତାଲିକାରେ ରାଜ୍ୟର ପ୍ରାୟ ୧୨ ଲକ୍ଷ ଘରୁ ପ୍ରାୟ ୨୦ ଲକ୍ଷ ଭୋଟରଙ୍କ ନାମ ନଥିବା ଅଭିଯୋଗ କରିଛି କଂଗ୍ରେସ । ରାଜଧାନୀରେ ପ୍ରାୟ ୧ ଲକ୍ଷ ଭୋଟରଙ୍କ ନାମ ନାହିଁ । ତେବେ ଏହି ଭୋଟରଙ୍କ ନାମ କଟିବା ପଛରେ ବିଜେଡି ହାତ ଅଛି ବୋଲି ଅଭିଯୋଗ କରିଛି ଅଲ ଇଣ୍ଡିଆ ପ୍ରଦେଶ କଂଗ୍ରେସ । ଏନେଇ ଆଗାମୀ ଦିନରେ ନିର୍ବାଚନ କମିଶନଙ୍କୁ ଭେଟିବ କଂଗ୍ରେସ । ମଙ୍ଗଳବାର ଏଭଳି ମତ ଦେଇଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।
ବିଜେଡି ଜାଣି ଶୁଣି ଏଭଳି ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିନାହିଁ । ତେବେ ସେ ଯାହାବି ହେଉ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳମାନେ ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ହେବେ । ସେମାନଙ୍କୁ କେବଳ ଗୋଟିଏ ମାଧ୍ୟମ ଆବଶ୍ୟକ । ଏକଥା ଆମେ ନୁହେଁ ବରଂ ଜନସାଧାରଣରେ ଚର୍ଚ୍ଚା ହେଉଛି । ନିକଟରେ ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର ସମୟରେ କଟକ ବାରବାଟୀ ବିଧାୟକ ତଣ୍ଟିଆ ମାରିବା ଘଟଣାକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ବିଜେଡିକୁ ଘେରିଥିଲା । କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ବାଦାମବାଡି ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ଏହି ଏତଲା ଆଧାରରେ ଦେବାଶିଷଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ସମାଲୋଚନା ହେଉଛି ।