ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନକୁ କଡା ଜବାବ ଦେବା ଲାଗି ରାତି ରାତି ନିଦ ହଜାଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସାରା ରାତି ଉଜାଗର ରହି ପାକିସ୍ତାନ ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ନଜର ରଖିଥିଲେ । ଯେଉଁ ସମୟରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କଶ୍କୀରରେ ଜୈସ-ଏ-ମୋହମ୍ମଦଙ୍କ ଆତଙ୍କି ସିବିର ଉପରେ ବୋମା ବର୍ଷା କରିଥିଲେ ସେହି ସମୟରେ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ କଡା ନଜର ରଖିଥିଲେ । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । କୁହାଯାଉଛି କି ପ୍ରଧାନମନ୍ତ୍ରୀ ସାରା ରାତି ଆଖି ପଲକ ପକେଇ ନଥିଲେ ଏବଂ ଅଭିଯାନର ଶେଷ ପର୍ଯ୍ୟନ୍ତ ଯୋଡି ହୋଇଥିଲେ ।
ଏହାସହିତ ଯେତେବେଳେ ଯୁଦ୍ଧ ବିମାନ ସହିତ ବାୟୁସେନା ସୁରକ୍ଷିତ ଭାବେ ଫେରିଥିଲେ ସେବେ ଯାଇ ପ୍ରଧାନମନ୍ତ୍ରୀ ଆରାମ ନେଇଥିଲେ । ଏହି ଅଭିଯାନରେ ସାମିଲ ଥିବା ସମସ୍ତ ବାୟୁସେନାଙ୍କୁ ଧନ୍ୟବାନ ଅର୍ପଣ କରିବା ପରେ ଯାଇ ପ୍ରଧାନମନ୍ତ୍ରୀ ତାଙ୍କ ନିୟମିତ କାର୍ଯ୍ୟରେ ବ୍ୟସ୍ତ ହୋଇଯାଇଥିଲେ । ସକାଳୁ ରାଷ୍ଟ୍ରପତି ଭବନର କାର୍ଯ୍ୟକ୍ରମରେ ସାମିଲ ହେବା ପ୍ରଧାନମନ୍ତ୍ରୀ ଏକ ରାଲି ପାଇଁ ରାଜସ୍ଥାନ ଅଭିମୁଖେ ବାହାରିଥିଲେ ।
ମାତ୍ର ଅଭିଯାନ ସମୟରେ କେଉଁ ସ୍ଥାନରୁ ପ୍ରଧାନମନ୍ତ୍ରୀ ବାୟୁସେନାର ଏୟାର ଷ୍ଟ୍ରାଇକ ଉପରେ ନଜର ରଖିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି କି ଅଭିଯାନ ସମୟରେ ଏବଂ ତାପରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ,ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ୍ ଡୋଭାଲ ଏବଂ ବାୟୁସେନା ପ୍ରମୁଖ ବି ଏସ ଧନୋଆଙ୍କ ସମ୍ପର୍କରେ ପ୍ରଧାନନ୍ତ୍ରୀ ରହିଥିଲେ ।