ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ଟଙ୍କା ଲୁଟ କରିବା ପରେ ଫେରାର ହେବା ପାଇଁ ଚେଷ୍ଠା କରୁଥିଲା ଅଭିଯଚକ୍ତ । ତେବେ ଏହି କଥା ଜାଣିବା ପରେ ଟଙ୍କା ଦେଇଥିବା ଯୁବକ ଯୁବତୀମାନେ ଧରି ଥାନାରେ ଦେଇ ଦେଇଛନ୍ତି । ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଅଭିଯୁକ୍ତକୁ ଆଣି ଚନ୍ଦ୍ରଶେଖରପୁର ଥାନାରେ ବାନ୍ଧିଛନ୍ତି ଲୋକ । ଅଭିଯୁକ୍ତ ହେଲା ସୁବାଷ ନାୟକ ।
ବହୁଦିନ ଧରି ସୁବାଷ ରାଜଧାନୀରେ ଯୁବକ ଯୁବତୀମାନଙ୍କୁ ସରକାରୀ ଏବଂ ବେସରକାରୀ ଚାକିରୀ କରାଇଦେବା ନାଁରେ କୋଟି କୋଟି ଟଙ୍କା ହରିଲୁଟ କରୁଥିଲା । ଚାକିରୀ ମହଙ୍ଗା ଯୁଗରେ ଯୁବକ ଯୁବତୀମାନେ ବିଶ୍ୱାସ କରି ତାକୁ ପଇସା ଦେଇଆସୁଥିଲେ । କିନ୍ତୁ ଏଭଳି ବାରମ୍ବାର ବହୁ ଲୋକ ଠକାମୀର ଶିକାର ହେବା ପରେ ସେମାନେ ଏକାଠି ସୁବାଷଙ୍କୁ ଆଣି ଚନ୍ଦ୍ର ଶେଖରପୁର ଥାନାରେ ପୋଲିସ ଜିମା ଦେଇଛନ୍ତି ।
ଅଭିଯୋଗ କରିଥିବା ଯବୁକ ଯୁବତୀମାନେ କହିଛନ୍ତି କି କାହାକୁ ବିଏମସିରେ ଚାକିରୀ କରାଇ ଦେବା ପାଇଁ କହି ଲକ୍ଷେ ଟଙ୍କା ନେଇଛି ତ ଆଉ କାହାକୁ ସେକ୍ରେଟେରୀଏଟରେ ଚାକିରୀ କରାଇ ଦେବ କହି ଅଢ଼େଇ ଲକ୍ଷ ଟଙ୍କା ନେଇଛି । ଏଭଳି ଭାବରେ ବହୁ ଯୁବକ ଯୁବତୀଙ୍କ ପାଖରୁ କୋଟି କୋଟି ଟଙ୍କା କଲେକସନ କରିଥିବା ଜଣାପଡିଛି । ପୋଲିସ ଜିମା ଦେବା ପରେ ପଇସା ଫେରି ପାଇବା ଆଶାରେ ରହିଛନ୍ତି ଠକାମୀର ଶିକର ହୋଇଥିବା ଯବୁକ ଯୁବତୀ ।