ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ଜୈଶ-ଏ ମୋହମ୍ମଦଙ୍କ ଲିପ୍ତର ବିଶିଷ୍ଟ ତଥ୍ୟ ଏବଂ ପାକିସ୍ତାନରେ ମହଜୁଦ ଥିବା ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧକ ଆତଙ୍କବାଦୀ ସଂଗଠନର ସିବିର ବିଷୟରେ ଏକ ଅଧିକୃତ ଡକ୍ୟୁମେ ‘ନଥିପତ୍ର’ ପଡୋଶୀ ରାଷ୍ଟ୍ରକୁ ବୁଧବାର ଭାରତ ପକ୍ଷରୁ ହସ୍ତାନ୍ତର କରାଯାଇଛି । ଏହି ନଥିପତ୍ରକୁ ପାକିସ୍ତାନର ହାଇ କମିଶନରଙ୍କ ଦାୟିତ୍ୱରେ ଦିଆଯାଇଛି ।
ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନର ହାଇ କମିଶନରଙ୍କୁ ପାକିସ୍ତାନୀ ବାୟୁସେନା ଦ୍ୱାରା ଭାତରୀୟ ସେନା ପ୍ରତିଷ୍ଠାନଙ୍କ ଟାର୍ଗେଟ ଉପରେ କଡା ବିରୋଧ କରିବା ପାଇଁ କୁଯାଯାଇଥିଲା । ଏହାର ଗୋଟେ ଦିନ ପୂର୍ବରୁ ମାନେ ମଙ୍ଗଳବାର ଦିନ ଭାରତ ଜୈଶ ଏ ମୋହମ୍ମଦ ବିରୋଧରେ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଥିଲା ।
‘ନଥିପତ୍ର’ରେ ଏହି ସବୁ କରିବା ପାଇଁ ପାକିସ୍ତାନକୁ ଦାବି କରିଛି ଭାରତ
– ଜୈଶ ଏ ମୋହମ୍ମଦ ଉପରେ ପାକିସ୍ତାନର ପ୍ରତିବନ୍ଧକ
– ଜେଇଏମ୍ ସରଗନା ମସୁଦ ଅଜହରର ଗିରଫ
– ସଂସଦ ଭବନ ଉପରେ ହମଲା ମାମଲାରେ କାର୍ଯ୍ୟାନୁଷ୍ଠାନ
– ମସୁଦର ସମ୍ପତ୍ତି ପାକିସ୍ତାନ ଜବତ କରୁ
– ପୁଲୱାମା. ପଠାନକୋଟ ହମଲା ମାମଲାରେ କାର୍ଯ୍ୟକାରୀ
– ପାକିସ୍ତାନରୁ ଆତଙ୍କବାଦୀଙ୍କୁ ପ୍ରତିବନ୍ଧକ କରାଯାଉ
– ଆତଙ୍କୀ ସଂଗଠନ ଉପରେ କଡା କାର୍ଯ୍ୟକାରୀ କରାଯାଉ
ସରକାରୀ ସୂତ୍ରରୁ ଦାବି କରାଯାଇଛି କି ମଙ୍ଗଳବାର ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ ସୀମା ପାର ହୋଇ ଆତଙ୍କବାଦୀ ଅଡ୍ଡାକୁ ଉଡାଇ ଦେଇଥିଲା । ଏଥିରେ ୩୫୦ ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ ।
ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ରାଜନୈତିକ ଏବଂ ସୈନ୍ୟ ନେତୃତ୍ୱ ଦ୍ୱାରା ତାଙ୍କ ନିୟନ୍ତ୍ରଣ ଭୂମିରେ ଆତଙ୍କୀ ସୁବିଧାକୁ ନିରନ୍ତର କରିବା ପାଇଁ କୁହାଯାଇଛି । ଏହାସହିତ ପାକିସ୍ତାନକୁ ଏକ ଡୋଜିୟର ସମର୍ପଣ କରାଯାଇଛି । ଯେଉଁଥିରେ ପୁଲୱାମା ହମଲାରେ ଜୈଶ ଏ ମୋହମ୍ମଦ ଲିପ୍ତ ଥିବା ତଥା ଆତଙ୍କବାଦୀ ଶିବିରର ସମସ୍ତ ତଥ୍ୟ ରହିଛି ।
ପାକିସ୍ତାନକୁ ଏହା ଅବଗତ କରାଯାଇଛି କି ପାକିସ୍ତାନ ତାର ନିୟନ୍ତ୍ରଣ ଭୂମିରୁ ଆତଙ୍କବାଦୀ ବିରୋଧରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଟାନ ନେବ ବୋଲି ଭାରତ ଆଶା କରୁଛି ।
ଆତଙ୍କବାଦୀ ବିରୋଧରେ ଭାରତୀୟ ଅଭିଯାନର ଜବାବରେ ପାକିସ୍ତାନ ବାୟୁସେନା ବୁଧବାର ଭାରତର କିଛି ସ୍ଥାନ ଉପରେ ଟାର୍ଗେଟ କରିଥିଲେ । କିନ୍ତୁ ଏହାକୁ ଭାରତୀୟ ବାୟୁସେନା ବିମାନ ସଫଳ ହେବାକୁ ଦେଇନଥିଲା । ଏହି ଟକରା ଟକରି ମଧ୍ୟରେ ପାକିସ୍ତାନର ଏକ ବିମାନ ଖସିପଡିବା ସହ ଭାରତର ଜଣେ ପାଇଲଟଙ୍କୁ ପାକିସ୍ତାନୀ କବ୍ଚା କରିନେଇଛନ୍ତି ।