ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମେଟ୍ରିକ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବାରେ ଲାଗିଛି । ଏଣୁ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାରେ ଯେଭଳି ଏହି ଭୁଲର ପୁନରାବୃତ୍ତି ନହୁଏ ଏଣୁ କଡା ନିୟମ କରାଯାଇଛି । ପରୀକ୍ଷାର୍ଥୀମାନେ ପରୀକ୍ଷା ହଲକୁ ହାତଘଣ୍ଟା ଏବଂ ମୋବାଇଲ ନେବା ପାଇଁ ବାରଣ କରାଯାଇଛି । ସେପଟେ ପରୀକ୍ଷା ହଲରେ ସିସିଟିଭି ମଧ୍ୟ ଲଗାଗଲାଣି । ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡି କରାଯାଇଥିବା ସୂଚନା ଦେଇଛନ୍ତି ଗଣ ଶିକ୍ଷା ସଚୀବ ପ୍ରଦୀପ୍ତ ମହାପାତ୍ର ।
ଚଳିତ ବର୍ଷ ୩ ଲକ୍ଷ ୮୯ ହଜାର ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ଏଥି ନିମନ୍ତେ ୨୦୨ଟି ହବ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୯୩୭ଟି ସେଣ୍ଟରରେ ସିସିଟିଭି ମଧ୍ୟ ଲଗା ସରିଥିବା ସୂଚନ ଦେଇଛନ୍ତି । ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରରେ ପୋଲିସ ମୃତୟନ କରାଯିବ । ପ୍ରତ୍ୟେକ ଦିନ ସକାଳେ ପରୀକ୍ଷା ସେଣ୍ଟରକୁ ପ୍ରଶ୍ନ ପତ୍ର ପଠାଯିବ । ଏବଂ ଏହି ପ୍ରଶ୍ନପତ୍ରକୁ କଡା ସୁରକ୍ଷା ବଳୟରେ ନିଆଯିବ । ଯଦି କେହି ପ୍ରଶ୍ନ ଲିକ କରିବାକୁ ଚେଷ୍ଠାକରେ ତେବେ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।
ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ପୂର୍ବରୁ କଡା ସୁରକ୍ଷା ଭିତରେ କରାଯିବ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ପରୀକ୍ଷା ଆରମ୍ଭର ପ୍ରଥମ ଦିନରୁ ହିଁ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଏଣୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଯେପରି କୌଣସି ଅସୁବିଧାର ସମୁଖୀନ ନହୁଅନ୍ତୁ ଏଣୁ ଆଗୁଆ ପଦକ୍ଷେପ ନିଆଯାଇଛି । ତେବେ ଦେଖାଯାଉ କଣ ହେଉଛି ଆଗାମୀ ଦିନରେ ।