ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଶୁକବ୍ରାର କହିଛନ୍ତି କି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମାତ୍ର ଗୋଟେ ଥର ହେଉନା କାହିଁକି ପୁଲୱାମା ହମଲାକୁ ନିନ୍ଦା କରିବାର ଥିଲା । ଆମେ ତାଙ୍କ ଉପରେ କିଭଳି ଭାବେ ବିଶ୍ୱାସ କରିବୁ । ଏହାର ଷ୍ଟ୍ରାଇକ ପରେ ବିପକ୍ଷର ପ୍ରସ୍ତାବ ପାକିସ୍ତାନ ହାତରେ ଅସ୍ତ୍ରଶସ୍ତ୍ର ଧରାଇ ଦେଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଆତଙ୍କବାଦୀଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ଜିରୋ ଟଲେରାନ୍ସ ନିତୀ ଆପଣା ଯାଇଛି ଏବଂ ଆଜି ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ସାରା ଦେଶରୁ ଅଲଗା ହୋଇଯାଇଛି । ଏହା ଭାରତ ପାଇଁ ବହୁତ ବଡ କୂଟନୀତିକ ବିଜୟ । ସାରା ଦୁନିଆ ଜାଣିଛି ଭାରତ ଯେଉଁ ଭଳି ଭାବେ ଆତଙ୍କୀ ଅତ୍ୟାଚାରକୁ ସହ୍ୟ କରୁଛି, ତାହାର ମୂଳ ଚେର ପାକିସ୍ତାନରେ ରହିଛି । ପ୍ରଥମରୁ ଆମେ ପାକିସ୍ତାନ ସହ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ସେ ନସୁଧୁରିବାରୁ ମୋଦି ଜୀ ଏବଂ ଆମ ବାୟୁସେନା ଦୃଢତାର ସହ ଜବାବ ଦେଇଛନ୍ତି ।
ଏକ ମିଡିଆ କାର୍ଯ୍ୟକ୍ରମରେ ଅମିତ୍ ଶାହା ଯୋଗ ଦେଇ କହିଛନନ୍ତି କି, ପ୍ରକୃତରେ ଅସ୍ତ୍ରଶସ୍ତ୍ର ଉପଯୋଗ କରିବା ଅନ୍ତିମ ସମାଧନ ବୋଲି କଦାପି କୌଣସି ଲୋକତାନ୍ତ୍ରି ସରକାର ସ୍ୱୀକାର କରିବେ ନାହିଁ । କିନ୍ତୁ ଅସ୍ତ୍ରଶସ୍ତ୍ର ଉପଯୋଗ ନକରିବା ବି ସମାଧନ ନୁହେଁ, ଯେତେବେଳେ ସାମ୍ନା ଆଡୁ ଅସ୍ତ୍ରଶସ୍ତ୍ର ଉପଯୋଗ କରାଯାଉଛି । ଏହାସହିତ ଆତଙ୍କବାଦୀଙ୍କ ବିରୋଧରେ କଠୋରତାର ସହ କାର୍ଯ୍ୟକାରୀ କରାଯାଇଛି । ଆତଙ୍କବାଦୀଙ୍କୁ ଡିଲ୍ କରିବାରେ ଆମ ସରକାରଙ୍କ ଟ୍ରାକ୍ ରେକର୍ଡ ସବୁଠୁ ଭଲ ରହିଛି ।