ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଫେଲ ବିମାନ ସହ ଜଡିତ ଡକ୍ୟୁମେଣ୍ଟ ରକ୍ଷା ମନ୍ତ୍ରାଳୟରୁ ଚୋରୀ ହେବାକୁ ନେଇ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏହା ସ୍ପଷ୍ଟ ଭାବେ ଭ୍ରଷ୍ଟାଚାର ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଏବଂ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ସେ ଦାବି କରିଛନ୍ତି ।
ଯଦି ପ୍ରଧାନମନ୍ତ୍ରୀ ସଠିକ୍ ଅଛନ୍ତି ତେବେ ତଦନ୍ତ ହେବାରୁ ଭାଗୁଛନ୍ତି କାହିଁକି? ରାହୁଲ କହିଛନ୍ତି କି, ‘ ଏବେ ଏକ ନୂଆ ଲାଇନ୍ ସାମ୍ନାକୁ ଆସିଛି ଯେ ଗାୟବ ହୋଇଯାଇଛି । ଦୁଇ କୋଟିର ରୋଜଗାର ଗାୟବ ହୋଇଗଲା । କୃଷକଙ୍କ ବୀମା ଟଙ୍କା ଗାୟବ ହୋଇଗଲା । ୧୫ ଲକ୍ଷ ଟଙ୍କା ଗାୟବ ହୋଇଗଲା । ଏବେ ପୁଣି ରାଫେଲ କାଗଜପତ୍ର ଗାୟବ ହୋଇଗଲା’
ଏହାସହିତ ସେ ଦାବି କରିଛନ୍ତି କି କୋଣସି ପ୍ରକାରେ ନରେନ୍ଦ୍ର ମୋଦିଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା ଚାଲିଛି । ସରକାରଙ୍କ ଗୋଟିଏ କାମ ଚୌକିଦାରଙ୍କ ରକ୍ଷା କରିବା । ସମସ୍ତଙ୍କ ପାଇଁ ନ୍ୟାୟ ହେବା ଉଚିତ୍ । ଗୋଟେ ପଟେ ଆପଣ କହୁଛନ୍ତି କାଗଜପତ୍ର ହଜି ଯାଇଛି । ଏହାର ଅର୍ଥ ଏହା ସତ ଅଟେ । ଏହି କାଗଜରେ ସ୍ପଷ୍ଟ ଅଛି କି ପ୍ରଧାନମନ୍ତ୍ରୀ ସମାନ୍ତର ଆଲୋଚନା କରିଛନ୍ତି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଏହାବ୍ୟତିତ ରାହୁଲ ଅଭିଯୋଗ ଆଣିଛନ୍ତି କି ସମୟ ଅନୁଯାୟୀ ରାଫେଲ ଯୋଗାଣ ହୋଇନାହିଁ କାରଣ ଅନୀଲ ଅମ୍ବାନୀଙ୍କୁ ଟଙ୍କା ଦେବାକୁ ଚାହୁଁଥିଲେ ମୋଦି ।
ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି କି , ଆପଣଙ୍କ ସରକାର ଯାହା ଉପରେ ଚାହିଁବ କାର୍ଯ୍ୟାନୁଷ୍ଠାନ ନେବେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ । ରାଫେଲ ମାମଲରେ ବିଳମ୍ବ କରାଇଛନ୍ତି ମୋଦି, କାରଣ ଅନୀଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି । ଏହା ଭ୍ରଷ୍ଟାଚାରର ସମ୍ପୂର୍ଣ୍ଣ ମାମଲା ଏବଂ ଏଥିପାଇଁ ଅପରାଧିକ ତଦନ୍ତ ହେବା ଆବଶ୍ୟକ ।