ନବରଙ୍ଗପୁର (ଏଟିଆର ବ୍ୟୁରୋ); ବାରହା ଶିକାର କରିବା ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । ଏହି ତାର ସଷ୍ପର୍ସରେ ଆସି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକାଙ୍କ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଆ ଗାଁ ବ୍ଳକ ନାଗଜଡି ଗାଁରେ । ଏହି ଗ୍ରାମର ଜଲିଲା ହରିଜନ(୨୨)ଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମୀ ପନକାର(୧୪) । ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିମିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇବା ପରେ ବିଦ୍ୟୁତ ତାର ବିଛେଇ ଥିବା ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଯେଉଁ ବ୍ୟକ୍ତିଙ୍କ ବିଲରେ ତାର ବିଛାଯାଇଥିଲା ସେ ପେରାର ହୋଇ ଯାଇଛି ।
ମିଳିଥିବା ସୂଚନା ମୁତାବକ ବୁଧବାର ରାତିରେ ଗାଁର ଚାରି ଜଣ ମିଶି ମହୁଲ ଗୋଟାଇବା ପାଇଁ ଯାଇଥିଲେ । ବିଲ ଦେଇ ଘରକୁ ଫେରୁଥିବା ବେଳେ ଜଲିିଲା ଏବଂ ଲକ୍ଷ୍ମୀ ବିଦ୍ୟୁତ ତାର ସଷ୍ପର୍ଷରେ ଆସିଥିଲେ । ତେବେ ଘଟଣାସ୍ଥଳରେ ହିଁ ଜଲିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମୀ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । ମୃତକଙ୍କ ପରିବାର ଥାନାରେ ଏତଲା ଦେବା ପରେ ପୋଲିସ ଆସି ବାରହା ପାଇଁ ଜାଲ ବିଛାଇଥିବା ଚାରି ଜଣଙ୍କୁ ଅଟକ ରଖି ପଚର ଉଚରା କରୁଛି । ତେବେ ରାଜମନ ଭତ୍ରାଙ୍କ ବିଲରେ ଏହି ଜାଲ ବିଛାଯାଇଥିଲା । ସେ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି ।