ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ); ସର୍ବ ଭାରତୀୟ ସ୍ତରରେ ଓଡିଆଙ୍କ ପାଇଁ ଗର୍ବ ଏବଂ ଗୌରବ । ମୁମ୍ବାଇସ୍ଥିତ ବିଏଆରସିରେ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ପୁଅ ଅଜିତ କୁମାର ମହାନ୍ତି । ତାଙ୍କୁ କେନ୍ଦ୍ର ସରକାର ଏହି ପଦରେ ନିଯୁକ୍ତି କରିଛନ୍ତି । ଆସନ୍ତା ତିନି ବର୍ଷ ପାଇଁ ସେ ଏହି ପଦବୀରେ ଦାୟିତ୍ୱ ତୁଲାଇବେ । ଅଜିତଙ୍କ ନିଯୁକ୍ତିକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଡ. ଅଜିତ ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଫିଜିକ୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି। ସେ କୋଲକାତା ସ୍ଥିତ ସାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ଯଦୁଗୋଡ଼ାରେ ୟୁରାନିୟମ୍ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ ଲାବୋରଟୋରୀ ପ୍ରତିଷ୍ଠା କରିବାରେ ସେ ଥିଲେ ପ୍ରମୁଖ ସୂତ୍ରଧର।
ଗତ ୬ମାସ ହେଲା ଏହି ପଦବୀ ଖାଲି ପଡିଥିଲା । ଆଜି କେନ୍ଦ୍ର ସରକାର ଅଜିତଙ୍କୁ ନିଯୁକ୍ତି କରିଛନ୍ତି । ସେ ଆସନ୍ତା ୩ ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ । ତେବେ ଅଜିତ ଓଡିଆ ଲୋକ ହୋଇଥିବାରୁ ସର୍ବଭାରତୀୟ ସ୍ତରେ ଏତେ ବଡ ପଦବୀ ପାଇବା ଓଡିଆଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ସେ ଏହି ପଦବୀ ପାଇଁ ମେନାନିତ ହେବା ପରେ ତାଙ୍କ ପାଖକୁ ବିଭିନ୍ନ ଦିଗରୁ ପ୍ରଂଶସାର ସୁଅ ଛୁଟିଛି । ତେବେ ସେ ଆଗାମି ଦିନରେ ଏହି ପଦବୀରେ ରହିଲେ ଭଲ କାମ କରନ୍ତୁ ଏବଂ ଓଡିଶାର ନାମକୁ ଆଗକୁ ବଢ଼ାନ୍ତୁ ବୋଲି ଏଟିଆର ନ୍ୟୁଜ ପକ୍ଷରୁ ଶୁଭକାମନା ଜଣାଉଛୁ ।