ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାତୀୟ ସ୍ତରରେ କ୍ଷ୍ୟାତି ଅର୍ଜନ କରିଥିବା କ୍ରେଡାଇ ର ସ୍ଥାପନା ବର୍ଷ ୧୯୯୯ କରାଯାଇଥିଲା । ଦିନକୁ ଦିନ ଏହି ରିଅଲ ଇଷ୍ଟେଟର ଚାହିଦା ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଏହା ୨୩ଟି ରାଜ୍ୟକୁ ବ୍ୟାପିବା ସହ ୨୦୫ଟି ସହରରେ ଏହାର ଅଧ୍ୟାୟ ଆରମ୍ଭ ହୋଇସାରିଛି । ଏଥିରେ ୧୨୫୦୦ ରୁ ଅଧିକ ସଦସ୍ୟ ହୋଇସାରିଲେଣି । ମାର୍ଚ୍ଚ ୨୦୧୯ ସୁଦ୍ଧା ୩୦୦ ସହରରେ ଏହାର ଶାଖା ଖୋଲାଯିବ ବୋଲି କ୍ରେଡାଇ ପକ୍ଷରୁ ଲକ୍ଷ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କ୍ରେଡାଇ ପକ୍ଷରୁ କ୍ରେଡାଇ ଭୁବନେଶ୍ୱର ଆସୋସିଏସନ୍ ର ଶୁଭାରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସମସ୍ତ ପ୍ରମୁଖ ଡେଭଲପର୍ସ ମାନେ କ୍ରେଡାଇ ସହିତ ହାତ ମିଶାଇ ଏକ ନୂତନ ଅଧ୍ୟାୟ କ୍ରେଡାଇ ଭୁବନେଶ୍ୱର ଆସୋସିଏସନ୍ ରେ ସାମିଲ ହୋଇଛନ୍ତି ।
ଏହାସହିତ କାର୍ଯ୍ୟକ୍ରମକୁ କ୍ରେଡାଇର ରାଷ୍ଟ୍ରୀୟ ପରାମର୍ଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ଠକ୍କର,ସାମ୍ବିଧାନିକ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଲକ୍ରିଷ୍ଣ ହେଗଡେ ଏବଂ ସଂଯୁକ୍ତ ସଚିବ ଶ୍ରୀଯୁକ୍ତ କେ.ଶ୍ରୀରାମ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ ।
ଅନ୍ୟପଟେ ବର୍ଷ ୨୦୧୯-୨୧ ପାଇଁ କ୍ରେଡାଇ ଭୁବନେଶ୍ୱର ଆସୋସିଏସନ୍ ପଦାଧିକାରୀଙ୍କୁ ଚୟନ କରାଯାଇଛି । ସେମାନେ ହେଲେ କାନ୍ତି ଲାଲ ପଟେଲ(ଅଧ୍ୟକ୍ଷ), ଉମେଶ ପଟ୍ଟନାୟକ (ସଚ୍ଚିବ), ସୂର୍ଯ୍ୟକାନ୍ତ ନନ୍ଦ (ଉପ ସଭାପତି), ଆର.ଏନ୍ ଚୌଧୁରୀ (ଉପ ସଭାପତି),ଶସି ଶେଖର ଗରାବଡୁ (ଉପ ସଭାପତି), ଜିତେନ୍ଦ୍ର କୁମାର ପାତ୍ର (ସଂଯୁକ୍ତ ସଚିବ), ସନ୍ଦୀପ କୁମାର ମହାନ୍ତି (ସଂଯୁକ୍ତ ସଚିବ) ଏବଂ ଅନୀଲ ମହାନ୍ତି (କୋଷାଧ୍ୟକ୍ଷ) ।