ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେନିସ୍ ଷ୍ଟାର ସାନିଆ ମିର୍ଜା ଭାରତର ଜଣେ ସର୍ବଶ୍ରେଷ୍ଠ ଖେଳାଳି । ଏହାସହିତ ସେ ଅନେକ ଟ୍ରଫି ମଧ୍ୟ ଜିତିଛନ୍ତି ।
ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଛନ୍ତି ସାନିଆ ମିର୍ଜା । ତାଙ୍କ ବାହାଘର ହେବା ପରେ ଦୁହିଁଙ୍କୁ ନେଇ ଚାରିଆରେ ଚର୍ଚ୍ଚା ଜୋର ଧରିଥିଲା । ଗଳିକନ୍ଦିରେ ସେମାନଙ୍କ ଚର୍ଚ୍ଚା । ଏହା ମଧ୍ୟ ଶୁଣିବାକୁ ମିଳୁଥିଲା କି ସାନିଆ ଏବଂ ଶୋଏବ ମଧ୍ୟରେ ଛାଡପତ୍ର ହୋଇଯିବ । ପ୍ରକୃତରେ ସେଭଳି କିଛି ହୋଇନାହିଁ । ନିକଟରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
ଏହାବ୍ୟତିତ ଅନେକ ମାମଲାକୁ ନେଇ ସାନିଆ ମିର୍ଜା ବିବାଦରେ ରହିଛନ୍ତି । କେତେବେଳେ ଛୋଟ ସ୍କର୍ଟ ପିନ୍ଧିବାକୁ ନେଇ ତ ପୁଣଇ କେତେବେଳେ ପାକିସ୍ତାନୀ ସଂସ୍ଥା ଉପରେ ଅଭିଯୋଗ ଆଣିବା ମାମଲାରେ । ସେ ହେଉ ନା କାହିଁକି ସାନିଆ କେବଳ ଭାରତର ନୁହେଁ ବରଂ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ।
ସାନିଆ ଏକ ଇଣ୍ଟରଭ୍ୟୁ ଜରିଆରେ କହିଥିଲେ କି ମୁଁ ଜଣେ ମହିଳା ହିସାବରେ ଅନେକ ସ୍ଥାନରେ ମୋତେ ଖୁବ୍ ସଂଘର୍ଷର ସାମ୍ନା କରିବାକୁ ପଡିଛି । ଖେଳ ଅପେକ୍ଷା ଲୋକେ ସୈନ୍ଦର୍ଯ୍ୟତା ପ୍ରତି ଆକର୍ଷତି ହୋଇଥାନ୍ତି । ଏଭଳି ସ୍ଥିତି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର । ଅନେକ ସମୟରେ ଲୋକେ ପ୍ରଶ୍ନ କରିଥାନ୍ତି କି ଆପଣ ପିଲା କେବେ ଜନ୍ମ କରିବେ, ମୋତେ ଏହି ପ୍ରଶ୍ନକୁ ନେଇ ଖୁବ୍ ରାଗ ଲାଗିଥାଏ । ଯେପରିକି ଯେତେବେଳେ ବିନା ଅନୁମତିରେ କୌଣସି ବ୍ୟକ୍ତି ବେଡ୍ ରୁମ୍ ରେ ପଶି ଆସିଲା ଭଳି ।