ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିବ । ଏନେଇ ନିର୍ବାଚନ ଅୟୋଗ ପକ୍ଷରୁ ଆଜି ସନ୍ଧ୍ୟା ୫ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି ।
ମିଡିଆ ରିପୋର୍ଟ ମୁତାବକ, ଏହି ସମ୍ମିଳନୀରେ ନିର୍ବାଚନର ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନୀ ଅୟୁକ୍ତ ସୁନୀଲ ଅରୋଡା । ଗତ ଲୋକସଭା ନିର୍ବାଚନର ତାରିଖ ବି ରବିବାର ହିଁ ଘୋଷଣା କରାଯାଇଥିଲା ।
କୂହାଯାଉଛି କି ଏଥରକ ନିର୍ବାଚନ ଆୟୋଗ ପକ୍ଷରୁ ୭ଟି ଉପାୟରେ ନିର୍ବାଚନ ହୋଇପାରେ । ସେହିପରି ଉତ୍ତରପ୍ରଦେଶରେ ବି ଏହି ପଦ୍ଧତିରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଦେଶର ସମସ୍ତ ରାଜ୍ୟରେ ନିର୍ବାଚନ ଅୟୋଗ ପକ୍ଷରୁ ଲୋକସଭା ନିର୍ବାଚନର ପ୍ରସ୍ତୁତି ହୋଇ ସାରିଲାଣି ।
ନିର୍ବାଚନ ଆୟୋଗ ପକ୍ଷରୁ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପୂର୍ବରୁ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଡାଃ ଏସୱାଇ କ୍ୟୁରେଶୀ ଟ୍ୱିଟ୍ କରି ଏକ ଲିଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରୁ ସ୍ପଷ୍ଟ ଜାଣିବାକୁ ମିଳୁଛି କି ଚଳିତ ବର୍ଷ ନିର୍ବାଚନ ଆୟୋଗର ଅଧିସୂଚନାରେ ବିଳମ୍ବ ହୋଇଛି ।
The dates on which the schedule was announced was :
2004 – Feb 29,2004
2009 – March 2,2009
2014 – March 5,2014Due date for constitution of new house :
2004 – June 1
2009 – May 30
2014 – June 3
2019 – June 2 https://t.co/U1HEH9JqRz— Dr. S.Y. Quraishi (@DrSYQuraishi) March 9, 2019
ଡାଃ ଏସୱାଇ କ୍ୟୁରେଶୀଙ୍କ ଲିଷ୍ଟ ଅନୁଯାୟୀ, ୨୦୦୪ ରେ ୧ ଜନ୍, ୨୦୦୯ ରେ ୩୦ ମେ, ୨୦୧୪ ରେ ୩ ଜୁନ୍ ରେ ହିଁ ଲୋକସଭା କାର୍ଯ୍ୟକାଳ ଶେଷ ହୋଇଥିଲା । ଏଥରକ ଜୁନ୍ ୨ ରେ ଲୋକସଭା କାର୍ଯ୍ୟକାଳ ଶେଷ ହେବ ।