ମୋହଲି (ଏଟିଆର ବ୍ୟୁରୋ); ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆରେ ରେକର୍ଡ କରିଛି ରୋହିତ ଧାୱନ ଯୋଡିି । କଙ୍ଗାରୁ ଦଳ ବିପକ୍ଷରେ ସର୍ବାଧିକ ରନ କରିଛନ୍ତି ଓପନର ଯୋଡି ହିସାବରେ । ପୂର୍ବରୁ ଏହି ରେକର୍ଡ ରୋହିତ ଏବଂ ଧାୱନଙ୍କ ନାମରେ ଥିଲା । ୨୦୧୩ ମସିହାରେ ନାଗପୁରରେ ୧୭୮ ଓପନିଂ ଯୋଡି ରେକର୍ଡ ଥିଲା । କିନ୍ତୁ ଆଜି ୧୯୩ ସର୍ବାଧିକ ଓପନିଂ ଯୋଡି ସ୍କୋର । ୧୯୯୮ ମସିହାରେ କାନପୁରରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ନାମରେ ଥିଲା । ଏହି ଯୋଡି ୧୭୫ ରନ କରିବାରେ ସକ୍ଷମ ହୋଇଥିଲେ ।
ପ୍ରଥମ ତିନୋଟି ଦିନିକିଆରେ ଭଲ ଖେଳିନଥିବା ଧାୱନ ଆଜି ଫର୍ମକୁ ଫେରିଛନ୍ତି । ଆଜିର ମ୍ୟାଚରେ ଧାୱନ ଶତକୀୟ ପାଳି ଖେଳିଛନ୍ତି । ରିପୋର୍ଟ ଲେଖାଯିବ ପର୍ଯ୍ୟନ୍ତ ସେ ୧୦୩ ରନ କରି ପଡିଆରେ ମହଜୁଦ ଥିଲେ । ତାଙ୍କ ସହ ଖେଳୁଛନ୍ତି ରାହୁଲ । ତେବେ ରୋହିତ ଶତକଠାରୁ ମାତ୍ର ୫ ରନ ଦୂରରେ ରହି ଆଉଟ ହୋଇ ଯାଇଥିଲେ । ପୂର୍ବ ତିନୋଟି ମ୍ୟାଚରେ ଏହି ଯୋଡି ତିଷ୍ଟି ପାରିନଥିଲେ । ୧୦ ଓଭର ପୂର୍ବରୁ ଯୋଡି ଭାଙ୍ଗି ଯାଉଥିଲା । କିନ୍ତୁ ଆଜିର ମ୍ୟାଚରେ ପ୍ରଥମରୁ ଭାବି ଚିନ୍ତି ଦକ୍ଷିଣାତ୍ମକ ଭଙ୍ଗିରେ ଉଭୟ ଖେଳିଥିଲେ । ଓପନିଂ ଯୋଡି ବେଶି ସମୟ ତିଷ୍ଟି ରହିଥିବାରୁ ଦଳୀୟ ସ୍କୋ ବିଶାଳ ରୂପ ନେବ ବୋଲି ଆଶା କରିଛନ୍ତି କ୍ରିକେଟ ପ୍ରେମୀ ।
ରୋହିତ ଏବଂ ଧାୱନଙ୍କ ଓପନିଂ ଯୋଡି ଏକ ସଫଳ ଯୋଡି । ସେହ୍ୱାଗ ଏବଂ ଗମ୍ଭୀରଙ୍କ ପରେ ଏହି ଯୋଡି ଭାରତ ପାଇଁ ବହୁତ ମ୍ୟାଚ ଜିତାଇଛନ୍ତି ।ଏମାନଙ୍କ ଯୋଡି କ୍ରିକେଟ ପ୍ରେମୀ ବେଶ ପ୍ରଂଶସା ମଧ୍ୟ କରିଛନ୍ତି ।