ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ସାଧାରଣ ନିର୍ବାଚନ । ଏନେଇ ରାଜନୈତିକ ମହଲ ପୂରା ସରଗରମ ହୋଇ ରହିଛି । ଏହାସହିତ ପ୍ରତ୍ୟେକ ଦିନ ନେତାମାନଙ୍କର ଦଳ ଅଦଳ ବଦଳ ଦୃଶ୍ୟ ଦେଖିବାକୁ ମିଳୁଛି । ଇତି ମଧ୍ୟରେ ଆଉ ଜଣେ ନେତାଙ୍କ ନାମ ସାମ୍ନାକୁ ଆସିଛି । ଆଜ୍ଞା ହଁ ପୂର୍ବତନ ଖୋର୍ଦ୍ଧା ବିଧାୟକ ତଥା ବିଜେପି ନେତା ଜିତୁ ମିତ୍ର ବିଜେପି ଛାଡି ଏବେ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକଙ୍କ ଉପସ୍ଥିରେ ସେ ବିଧି ବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଶ୍ରୀ ମିତ୍ର ବିଜେଡିରେ ସାମିଲ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମିତ୍ରଙ୍କ ଯୋଗଦାନ ଦଳକୁ ଶକ୍ତି ଯୋଗାଇବ । ଏହାସହିତ ଜିତୁ ମିତ୍ରଙ୍କ ଘର ବାହୁଡା ।
ଜିତୁ ମିତ୍ର ପ୍ରଥମେ ବିଜେଡି ଦଳର ନେତା ଥିଲେ । ସେ ବର୍ଷ ୨୦୦୪ରେ ଖୋର୍ଦ୍ଧା ନିର୍ବାଚନୀ ମଣ୍ଡଳୀରୁ ନିର୍ବାଚନ ଜିତିଥିଲେ । ତାପରେ ସେ ୨୦୧୪ରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ଖୋର୍ଦ୍ଧାରୁ ପାର୍ଥି ହୋଇଥିଲେ । ଏବେ ପୁଣି ଜିତୁ ପୂର୍ବ ଦଳକୁ ଫେରିବା ପରେ ଟିକେଟ କିଏ ପାଇବେ ସେ ନେଇ ଆଲୋଚନା ଜୋର ଧରିଛି ।
ସେପଟେ ଦଳରେ ଜିତୁଙ୍କ ଯୋଗଦାନ ପରେ ବହୁତ ଶୀଘ୍ର ଦଳର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।