ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜନୀତିରେ ଏଣ୍ଟ୍ରି କରିବାର ଗୋଟେ ମାସ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ ବି ସକ୍ରିୟ ହୋଇଛନ୍ତି । ଫେବ୍ରୁଆରୀ ୧୧ ଲକ୍ଷେ୍ନø ରୋଡ ସୋ’ ଜରିଆରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଟ୍ୱିଟରରେ ଆକାଉଣ୍ଟ ଖୋଲିଥିଲେ । ଏହାସହିତ ଗାନ୍ଧୀନଗରରେ କଂଗ୍ରେସ ମହାସଚିବ ଭାବେ ପ୍ରଥମ ନିର୍ବାଚନୀ ଭାଷଣ ଦେବା ପରେ ମଙ୍ଗଳବାର ରାତିରେ ସେ ପ୍ରଥମ ଟ୍ୱିଟ୍ କରିଛନ୍ତି ।
ପ୍ରିୟଙ୍କା ତାଙ୍କ ପ୍ରଥମ ଟ୍ୱିଟ୍ ରେ ସାବରମତୀ ପ୍ରସଙ୍ଗ ଉଠାଇଛନ୍ତି । ସେହିପରି ଦ୍ୱିତୀୟ ଟ୍ୱିଟରରେ ମହାତ୍ମା ଗାନ୍ଧୀଙ୍କ କଥନକୁ ନେଇ କହିଛନ୍ତି ଯେ ହିଂସା ସର୍ବଦା ଖରାପ ହୋଇଥାଏ ।
In the simple dignity of Sabarmati, the truth lives on.
— Priyanka Gandhi Vadra (@priyankagandhi) March 12, 2019
“I object to violence because when it appears to do good, the good is only temporary; the evil it does is permanent.”
Mahatma Gandhi pic.twitter.com/bxh4cT3Y5O
— Priyanka Gandhi Vadra (@priyankagandhi) March 12, 2019
ଅହମଦାବାଦ୍ ରେ କଂଗ୍ରେସ କାର୍ଯ୍ୟ ସମିତି (ସିଡବ୍ଲ୍ୟୁସି) ବୈଠକରେ ସାମିଲ ହେବା ପରେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଟ୍ୱିଟ୍ କରିବା ସହ ସେ କହିଛନ୍ତି ସାବରବତୀ ଆଶ୍ରମର ସତ୍ୟତା ଜୀବିତ ରହିଛି ।
ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଟ୍ୱିଟ୍ କୁ ବୁଧବାର ସକାଳ ଯାଏଁ ୪୬ ହଜାରରୁ ଅଧିକ ଲାଇକ୍ ମିଳି ସାରିଥିଲା । ଏହାସହିତ ଏହି ଟ୍ୱିଟ୍ କୁ ୧୪ ହଜାରରୁ ଅଧିକ ଥର ରି-ଟ୍ୱିଟ୍ କରାଯାଇଛି ।