(ଏଟିଆର ବ୍ୟୁରୋ): ଭାରି ପଡିଲା ପାକିସ୍ତାନୀ ସିରିୟଲ ଦେଖିବା । ନିଜ ଫୋନ୍ ରେ ସିରିଏଲ ଦେଖିବାରେ ଏତେ ମଜି ଯାଇଥିଲେ ଯେ ନିଜ ସ୍ୱାମୀ କଥାକୁ ବି ଖାତିର କରିନଥିଲେ । ଶେଷରେ ସ୍ୱାମୀ ଜଣକ ବାଧ୍ୟ ହୋଇ ରାଗରେ ପତ୍ନୀକୁ ଏକ ଛୁରୀରେ ଆକ୍ରମଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ପୁଣେର ସେଲିସବରୀ ରେ ଦେଖିବାକୁ ମିଳିଛି । ନିଜ ପତ୍ନୀକୁ ଆକ୍ରମଣ କରିଥିବା ପତି ଜଣକର ନାଁ ହେଉଛି ସତ୍ତର ନାୟାବ । ସେ ରାଗରେ ଜର୍ଜିରିତ ହୋଇ ପରିବା କଟା ଛୁରୀରେ ନିଜ ପତ୍ନୀ ଉପରେ ଆକ୍ରମଣ କରିଛନ୍ତି ।
ପୀଡିତା ମହିଳା ଜଣକ ଅଭିଯୋଗରେ କହିଛନ୍ତି କି , ସୋମବାର ସକାଳୁ ତାଙ୍କ ପୁଅ ଖୀର ଆଣିବାକୁ ବଜାରକୁ ଯାଇଥିଲା । ବଜାରରୁ ଫେରିଲା ବେଳକୁ ପୁଅ ହାତରେ ଖାଲି ଖୀର ଜରି ଥିଲା, ସେଥିରୁ ଖୀର ସବୁ ଲିକ୍ ହୋଇଯାଇଥିଲା । ସେଥିପାଇଁ ସେ ତାଙ୍କ ପୁଅକୁ ଗାଳି କରିଥିଲେ । ଇତି ମଧ୍ୟରେ ତାଙ୍କ ସ୍ୱାମୀ ମଝିରେ ପଳାଇ ଆସିଥିଲେ ଏବଂ ସ୍ୱାମୀ , ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଏହି ମାମଲାରେ ପୋଲିସ ସୂତ୍ରରୁ ଜଣାପଡିଛି ଯେ , ପୁଅକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ଥିଲା । ଅଭିଯୁକ୍ତ ଜଣକ ହୋଡିଙ୍ଗ ଲଗାଇବା କାମ କରନ୍ତି । କାମ ସାରି ଯେତେବେଳେ ସେ ଘରକୁ ଫେରିଥିଲେ ସେତେବେଳେ କଥା ଆହୁରୀ ବିଗିଡି ଯାଇଥିଲା । ସ୍ୱାମୀ ଘରେ ପଶିବାର ଦେଖି ସ୍ତ୍ରୀ ଅଲଗା ରୁମ୍ ପଳାଇଥିଲେ ଏବଂ ସ୍ୱାମୀ ଯେତେ ଯାହା କହିଲେ ବି ତାଙ୍କ କଥାକୁ ଖାତିର ନକରି ସେ ତାଙ୍କ ମୋବାଇଲରେ ପାକିସ୍ତାନୀ ସିରିଏଲ ଦେଖିବାରେ ବ୍ୟସ୍ତ ଥିଲେ ।
ଏହାପରେ ନୟାବ ରାଗରେ ଆସି ତାଙ୍କ ସ୍ତ୍ରୀ ଉପରକୁ ଏକ ଛୁରୀରେ ଆକ୍ରମଣ କରିଥିଲେ । କାରଣ ନାୟବଙ୍କୁ ମହତ୍ୱ ନଦେଇ ତାଙ୍କ ପତ୍ନୀ ପାକିସ୍ତାନୀ ସିରିୟଲକୁ ଅଧିକ ମହତ୍ୱ ଦେଇଥିଲେ । ଏନେଇ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ନୟାବ ବିରୋଧରେ ହତ୍ୟା ପାଇଁ ଚେଷ୍ଟା କରୁଥିବାର ମାମଲା ରୁଜୁ କରାଯାଇଛି ଏବଂ ମାମଲାରେ ତଦନ୍ତ ମଧ୍ୟ ଜାରି ରହିଛି ।