ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ଯେତେ ପାଖେଇ ଆସୁଛି ମନ୍ତ୍ରୀ ଓ ନେତାଙ୍କୁ ନେଇ ଦଳ ମଧ୍ୟରେ ଅସୋନ୍ତଷ ବଢିବାରେ ଲାଗିଛି । ଯିଏ ଯାହାର ଭୁଲ୍ ବାହାର କରି ଟାର୍ଗେଟ କରିବାରେ ବ୍ୟସ୍ତ । କେତେବେଳେ ଦଳ ଡିଆଁ ତ ପୁଣି ଆଉ କେତେବେଳେ କାଦୁଅ ଫିଙ୍ଗା । ନିର୍ବାଚନକୁ ନେଇ ଏଭଳି ଚାଲିଛି ଦଳୀୟ ରାଜନୀତି । ଇତି ମଧ୍ୟରେ ଜମି ଘୋଟାଲା ମାମଲରେ ଅଭିଯୁକ୍ତ ରୋବର୍ଟ ଭଦ୍ରାଙ୍କ ବାହାନାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ।
ସ୍ମୃତି ଇରାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରୋବର୍ଟ ଭଦ୍ରା, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଭିଣେଇ ସହ ମିଶି ରାହୁଲ ବି ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି ଭ୍ରଷ୍ଟାଚାରକୁ ଅଧିକ ପ୍ରଶ୍ରୟ ଦେଉଛି ଗାନ୍ଧୀ ପରିବାର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତରେ ପାହବାଙ୍କ ଘରୁ ରାହୁଲ ଗାନ୍ଧୀଙ୍କ ନାଁରେ ଦସ୍ତାବିଜ୍ ମିଳିଛି । ସେଥିପାଇଁ ଦେଶ ଏଭଳି ଏକ ସ୍ଥିତିରେ ପହଁଚିଛି ଯେ ରକ୍ଷା ମାମଲାରେ ରାହୁଲ ଗାନ୍ଧୀଙ୍କ ଦଖଲ ତାଙ୍କର ବ୍ୟକ୍ତିଗତ ଫାଇବା ଏବଂ ପାରିବାରିକ ହିତ ।ଗତ ୨୪ ଘଣ୍ଟା ମଧ୍ୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଗାନ୍ଧୀ ଏବଂ ଭଦ୍ରା ପରିବାରର ପାରିବାରିକ ଭ୍ରଷ୍ଟାଚାରକୁ ଖୁଲାସା କରିଛି ।