ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୁମ୍ବାଇ ଫୁଟ୍ ଓଭର ବ୍ରିଜ୍ ଭୁଷୁଡିବା ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନ୍ୟ ରାଜନେତାମାନେ ଦୁଃଖ ପ୍ରକାଶ କରିଛନ୍ତି । ମାତ୍ୟ ଏହି ଘଟଣାକୁ ନେଇ ବିଜେପିର ଜଣେ ନେତା ଏକ ଲଜ୍ୟାଜନକ ବୟାନ ଦେଇଛନ୍ତି । ବିଜେପି ନେତା ସଞ୍ଜୟ ବର୍ମା ଏହି ଦୁର୍ଘଟଣାକୁ ପ୍ରାକୃତିକ କହିବା ସହ ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଫୁଟପାତ୍ ରେ ଚାଲୁଥିବା ବ୍ୟକ୍ତି ଦାୟୀ ଅଟନ୍ତି ।
ଏକ ଟିଭି ଡିବେଟ୍ ରେ ବିଜେପି ନେତା ସଞ୍ଜୁ ବର୍ମା ଏହି ଦୁର୍ଘଟଣାକୁ ପ୍ରାକୃତିକ ବିତ୍ପାତ ବୋଲି କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ ପୋଲ ଭୁଷୁଡିବାରେ ସରକାରଙ୍କର କୌଣସି ନେଣ ଦେଣ ନାହିଁ ବରଂ ଏଥିପାଇଁ ଫୁଟ୍ ପାତ୍ ରେ ଚାଲୁଥିବା ବ୍ୟକ୍ତି ଦାୟୀ ଅଟନ୍ତି । ବିଜେପି ନେତାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଖୁବ୍ ନିନ୍ଦା କରାଯାଉଛି । ସେପଟେ ବିପକ୍ଷ ଦଳ ପକ୍ଷରୁ ସଞ୍ଜୁଙ୍କୁ ଟାର୍ଗେଟ କରାଯାଇଛି ।
ସୋସିଆଲ ମିଡିଆରେ କଡା ଆଲୋଚନା ହେବା ପରେ ବିଜେପି ନେତା ଏନେଇ ପ୍ରତିକ୍ରିୟା ରଖିଛନ୍ତି, ‘ତାଙ୍କର ଏକ ଶଦ୍ଧର ଭୁଲ୍ ଅର୍ଥ ବାହାର କରାଯାଇଛି । ସେ ଡିବେଟ୍ ଆରମ୍ଭ ହେବାରେ ଏହି ଦୁର୍ଘଟଣାକୁ ନେଇ ପୀଡିତାଙ୍କ ପ୍ରତି ସହାନୁଭୁତି ବ୍ୟକ୍ତ କରିଥିଲେ ।’
Precisely..pedestrians bit was used in context of #ElphinstoneBridge collapse,which i repeated few times during the debate..i started by saying my heart goes out to the affected people.I said citizens are also stakeholders in civic issues!One word from a 2hr debate was misquoted! https://t.co/4MsJ1LtQ1q
— Sanju Verma (@Sanju_Verma_) March 15, 2019
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଫଡଣାବୀ ସ କହିଥିଲେ କି ଯେଉଁ ଲୋକ ବି ଏଥିପାଇଁ ଦାୟୀ ସେମାନଙ୍କୁ କଡା ଦଣ୍ଡ ଦିଆଯିବ । ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଣ ଦିଆଯାଇଛି । ଏହାସହିତ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଭାବେ ୫ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟକ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଖବରମୁତାକ, ମୁମ୍ବାଇ ଛତ୍ରପତି ଶିବାଜୀ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍ ଗୁରୁବାର ସଂନ୍ଧ୍ୟାରେ ଭୁଷୁଡି ପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି ।