ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଆଜି ପଦ୍ମ ପୁରସ୍କାର ପାଇବେ ୩ ଓଡ଼ିଆ । ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯିବ ପଦ୍ମ ପୁରସ୍କାର । ସମାଜସେବୀ ଡି. ପ୍ରକାଶ ରାଓ, ଦୈତାରୀ ନାୟକ ଓ କମଳା ପୂଜାରୀ ଏହି ପୁରସ୍କାର ପାଇବେ । କଟକର ସହରର ଡି. ପ୍ରକାଶ ରାଓ । ପେଟ ପୋଷିବାକୁ ଚା ବିକୁଥିବା ପ୍ରକାଶ ୧୯ ବର୍ଷ ଧରି ଏକ ସ୍କୁଲ ଖୋଲି ମାଗଣାରେ ଗରିବ ବସ୍ତି ପିଲାଙ୍କ ପଢ଼ିବାର ବ୍ୟବସ୍ଥା କରିଛନ୍ତି । ଖାଲି ଏତିକି ନୁହେଁ, ୨୬୦ରୁ ଅଧିକ ଥର ରକ୍ତଦାନ କରିବା ସହ ଅନ୍ୟ ସମାଜସେବା କାମରେ ମଧ୍ୟ ନିୟୋଜିତ ଅଛନ୍ତି ୬୨ ବର୍ଷୀୟ ଡି. ପ୍ରକାଶ ରାଓ ।
ଦ୍ୱିତୀୟରେ ରହିଛନ୍ତି ଦୈତାରୀ ନାୟକ । ସେ ଓଡିଶାରେ ବେଶ ପରିଚିତ । ଦୈତାରୀ ହେଉଛନ୍ତି କେନ୍ଦୁଝର ବାଂଶପାଳ ତଳ ବୈତରଣୀ ଗାଁରେ । ସ୍ଥାନୀୟ ଅଞ୍ଚଳରେ ଚାଷ ଜମିକୁ ପାଣିର ଅସୁବିଧା ହେଉଥିଲା । ଏଣୁ ଦୈତାରୀ ୪କିଲୋମିଟର ପାହାଡ ଖୋଳି ଚାଷ ଜମିକୁ କେନାଲ ସାହାର୍ଯ୍ୟରେ ପାଣିର ସୁବିଧା କରିଥିଲେ । ଯେଉଁଠି ପାଇଁ ସେ ନିଜ ଅଞ୍ଚଳ ସମେତ ସାରା ଓଡିଶାରେ ବେଶ ପରିଚିତ ହୋଇଛନ୍ତି । ଆଜି ତାଙ୍କ ପଦ୍ମଶ୍ରୀ ଉପହାରରେ ଭୂଷିତ କରିବେ ।
ଅନ୍ୟପଟେ କୋରାପୁଟ ଜିଲ୍ଲା ଜୟପୁର ପତ୍ରପୁଟ ଅଞ୍ଚଳର କମଳା ପୂଜାରୀ । ଶିକ୍ଷାରୁ ବଞ୍ଚିତ ଏହି ଆଦିବାସୀ ମହିଳା ଶହେରୁ ଅଧିକ ବିରଳ କିସମର ଧାନ ସଂଗ୍ରହ କରିବା ସହିତ ଜୈବିକ ପ୍ରଣାଳୀରେ ଚାଷ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ବିରଳ ବ୍ୟକ୍ତିତ୍ବଙ୍କ ସେବାକୁ ସମ୍ମାନ ଦେଇ ପଦ୍ମଶ୍ରୀ ପାଇଁ ଘୋଷଣା କରିଥିଲେ ସରକାର ।ଆଜି ତିନି ଜଣ ଓଡିଆଙ୍କୁ ପଦ୍ମଶ୍ରୀ ପୁରଷ୍କାର ମିଳୁଥିବାରୁ ଓଡିଶା ପାଇଁ ଗର୍ବ ଏବଂ ଗୌରବର ଦିନ ।