ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ହମଲା ପରେ ଏହାର ପ୍ରକୃତ ଦୋଷୀ ମାନେ ମସୁଦ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ଚାହୁଁଛି ଭାରତ । ଏହି ଚେଷ୍ଟାରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚୀନକୁ ଛାଡିଦେଲେ ଅନ୍ୟ ସମସ୍ତ ଦେଶ ଭାରତ ସପକ୍ଷରେ ଅଛନ୍ତି । କିନ୍ତୁ ଚୀନ୍ ତାର ଭିଟୋ ପାୱର ବ୍ୟବହାର କରି ଅଜହରକୁ ଆତଙ୍କୀ ଘୋଷିତ ହେବାରୁ ରକ୍ଷା କରିନେଇଛି । ଚୀନ୍ ର ଏହି କୂଟନୀତି ପାଇଁ ଅଧିକ ରାଗି ଯାଇଛନ୍ତି ଦେଶବାସୀ ।
ଏହାକୁ ଦୃଷ୍ଟିରେ ରଖି ହୋଲି ଦହନ ପୂର୍ବରୁ ଚୀନ୍ ଜିନିଷକୁ ଭାରତରେ ଦହନ କରାଯାଇଛି । ଆଜ୍ଞା ହଁ ଝାରଖଣ୍ଡର ଜମଶେଦପୁରରେ ବ୍ୟବସାୟୀମାନେ ଚୀନ୍ ଜିନିଷକୁ ଜଳାଇ ଦେଇଛନ୍ତି । ବ୍ୟବସାୟୀମାନେ ବିସ୍ତୁପୁର ବଜାରରେ ଚୀନ୍ ର ଖେଳନା, ମୋବାଇଲ ଫୋନ୍, ସିସିଟିଭି କ୍ୟାମେରା, ଫୁଟୱେୟର, କପଡା ଏବଂ ଅନ୍ୟ ଜିନିଷ ଜଳାଇ ଚୀନ୍ ପ୍ରତି ବିରୋଧ କରିଛନ୍ତି । ସେପଟେ ଦିଲ୍ଲୀରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏହାସହିତ ଭାରତରେ ଚୀନର ଜିନିଷକୁ ବୟକଟ୍ କରିବା ପାଇଁ ଦାବି କରାଯାଇଛି ।
ଭାରତବାସୀ ଏଭଳି କରିଥିବା ଜାଣି ଚୀନ୍ ତାର ବୟାନ ଏକ ଗଣମାଧ୍ୟମରେ ରଖିଛି । ଚୀନ୍ କହିଛି କି , ଭାରତକୁ ପସନ୍ଦ ହେଉ ଅବା ନ ହେଉ ଚୀନ୍ ଜିନିଷକୁ ବ୍ୟବହାର କରିବାକୁ ପଡିବ । ଭାରତର ନିର୍ମାଣ ଉଦ୍ଦ୍ୟୋଗ ଆଜି ବି ବିକଶିତ ନୁହେଁ ଏବଂ ତାର ପ୍ରତିଦ୍ୱନ୍ଦିତା କରିବାର କ୍ଷମତା ନାହିଁ । ସେଥିପାଇଁ ଚୀନ୍ ଜିନିଷ ବୟକଟ୍ କରିବା ପ୍ରଚାର ଅସଫ ହୋଇଛି ।
କିଛି ଭାରତୀୟ ବିଶ୍ଲେଷକ ମେଡ୍ ଇନ୍ ଚାଇନା ଜିନିଷ ବହିଷ୍କାର କଥା କହୁଛନ୍ତି । ବିଶେଷ କରି ଯେବେଠୁ ୟୁଏନ୍ ରେ ମସୁଦ ଅହଜରକୁ ଆତଙ୍କୀ ଘୋଷିତ ହେବାୁ ଚୀନ୍ ରୋକିଛି । ସେବେଠାରୁ ସୋସିଆଲ ମିଡିଆରେ ଚୀନ୍ ଜିନିଷକୁ ବୟକଟ୍ କରିବାର ପ୍ରୟାସ ଜୋର ଧରିଛି । କିନ୍ତୁ ଏତେ ବର୍ଷ ମଧ୍ୟରେ ଏହି ବହିଷ୍କାର କେତେ ସଫଳ ହୋଇଛି? ଏଥିପାଇଁ ସଫଳ ହୋଇନାହିଁ କାରଣ ଭାରତ ନିଜେ ଜିନିଷ ଉତ୍ପାଦନ କରିପାରିବ ନାହିଁ ।